ଶ୍ରୀ ଶିରିଡ଼ି ସାଇଙ୍କ ନୂତନ ବିଗ୍ରହ ଓ ମନ୍ଦିର ପ୍ରତିଷ୍ଠା ଉତ୍ସବପାଇଁ କଳସ ଯାତ୍ରା

add-all

ବ୍ରହ୍ମପୁର : ବ୍ରହ୍ମପୁର ଗୋଶାଣୀ ଗାଁ ସ୍ଥିତ ଓମ ବିହାର ଠାରେ ଶିରିଡି ସାଇବାବା ଟ୍ରଷ୍ଟ ପକ୍ଷରୁ ନୂତନ ଶିରିଡି ସାଇବାବା ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା ଉତ୍ସବ ଆଜିଠାରୁ ଆରମ୍ଭ ହୋଇ ଅଛି। ଜୁଲାଇ ୨ ଠାରୁ ଆରମ୍ଭ ହୋଇ ଜୁଲାଇ ୪ ତାରିଖ ପର୍ଯ୍ୟନ୍ତ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହେବ। ପ୍ରଥମ ଦିବସରେ ଜଳ ଯାତ୍ରା, ଅନୁଷ୍ଠିତ ହୋଇଥିଲା। ଜଳ ଯାତ୍ରାରେ ଶତାଧିକ ମହିଳା ଯୋଗଦେଇ ବେନ୍ଦାଳିଆ ବନ୍ଧରୁ କଳସିରେ ଜଳ ସଂଗ୍ରହ କରି ନୂତନ ମନ୍ଦିର ଠାରେ ପହଞ୍ଚି ଥିଲେ। ପରେ ପଣ୍ଡିତ ମାନଙ୍କ ଦ୍ୱାରା ମଣ୍ଡଳା ଅଧିବେଶ ଓ ଅଙ୍କୃରାରୋପନ ହୋଇଥିଲା। ଆସନ୍ତା କାଲି ପ୍ରତିଷ୍ଠାରମ୍ଭ ,ବ୍ରାହ୍ମଣ ବରଣ, ମଣ୍ଡଳପୂଜା, ଅଗ୍ନି ସ୍ଥାପନ ,ଅଧିବାସ, ଘୃତ ଯଜ୍ଞ, ନାମ ଯଜ୍ଞ ଆୟୋଜିତ ହେବା ଗୁରୁବାର ପୂର୍ଣ୍ଣାହୁତି କାର୍ଯ୍ୟକ୍ରମ ରହିଛି ବୋଲି ମନ୍ଦିର କମିଟି ପକ୍ଷରୁ କୁହାଯାଇଛି। ପ୍ରତିଦିନ ଭକ୍ତଙ୍କ ନିମନ୍ତେ ଟ୍ରଷ୍ଟ ପକ୍ଷରୁ ପ୍ରସାଦର ଆୟୋଜନ କରାଯାଇଛି। ପ୍ରଥମ ଦିନରେ ଶହ ଶହ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଥିଲା। ମନ୍ଦିରଟିର କାରୁକାର୍ଯ୍ୟ ଶ୍ରଦ୍ଧାଳୁ ଙ୍କୁ ବେଶ ଆକ୍ରଷିତ କରିଛି।।

ad-week
Leave A Reply

Your email address will not be published.