ଖଣ୍ଡପଡ଼ା ତହସିଲଦାରଙ୍କ ଘରେ ଭିଜିଲାନ୍ସ ରେଡ୍‌

add-all

ନୟାଗଡ଼: ଖଣ୍ଡପଡ଼ା ତହସିଲଦାରଙ୍କ ଘରେ ଭିଜିଲାନ୍ସ ରେଡ୍‌। ବିଳମ୍ବିତ ରାତିରେ ତହସିଲଦାର ଧୋବେଇ ନାୟକଙ୍କ ଘରେ ରେଡ୍‌ କରିଛି ଭିଜିଲାନ୍ସ। ୨୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ତହସିଲ କର୍ମଚାରୀ ଧରାପଡ଼ିଥିଲେ। ତହସିଲର ଜଣେ କର୍ମଚାରୀଙ୍କୁ ଗିରଫ ପରେ ଚାଲିଛି ରେଡ୍‌। ନୟାଗଡ଼ ଭାପୁର ଓ ଭୁବନେଶ୍ବର ସ୍ଥିତ ବାସଭବନରେ ଚାଲିଛି ଚଢଉ।

ମିଳିଥିବା ସୂଚନା ଅନୁସାରେ ଖଣ୍ଡପଡା ତହସିଲଦାର ଧୋବେଇ ନାୟକ ଦଲାଲଙ୍କ ମାଧ୍ୟମରେ ଲାଞ୍ଚ ଟଙ୍କା ଆଦାୟ କରୁଥିଲେ। ଗତକାଲି ଦଲାଲ ପ୍ରସନ୍ନ ସାହୁଙ୍କୁ ଗିରଫ ପରେ ତହସିଲଦାର ଧୋବେଇ ନାୟକଙ୍କ ଲାଞ୍ଚୁଆ ମୁଖା ଖୋଲିଥିଲା। ଯାହା ପରେ ଭିଜିଲାନ୍ସ ତହସିଲଦାରଙ୍କ ଘରେ ରେଡ କରିଛି।

ବିଳମ୍ବିତ ରାତିରେ ତହସିଲଦାର ଧୋବେଇ ନାୟକଙ୍କ ଘରେ ରେଡ୍‌ କରିଛି ଭିଜିଲାନ୍ସ। ତହସିଲଦାରଙ୍କ ଭାପୁର ଏବଂ ଭୁବନେଶ୍ବର ଘରେ ରେଡ କରାଯାଉଛି। ଏହି ରେଡରେ ନୟାଗଡ ଓ ଭୁବନେଶ୍ବର ଭିଜିଲାନ୍ସ ଟିମ୍‌ ସାମିଲ ରହିଛନ୍ତି।

ad-week
Leave A Reply

Your email address will not be published.