ଟାମଣା ଘାଟିରେ ଓଲଟିଲା ଅଟୋ ୧୦ ଆହତ, ୪ ଗୁରୁତର

add-all

ଚିକିଟୀ : ଆଜି ସକାଳେ ଚିକିଟୀ ପେଣ୍ଠ ସ୍ଥିତ କରବାଲୁଆ ନୂଆସାହି ରୁ ଏକ ଅଟୋ ଯୋଗେ ଶାଗ ମାଛ ଭୋଜି ଖାଇବାକୁ ଛୋଟ ବଡ ହୋଇ ପ୍ରାୟ ୧୨ ଜଣ ଟାମଣା କୁ ଯାଉଥିଲେ।ସୂଚନା ମୁତାବକ ଅଟୋଟୀ ନିଜର ଭାରସାମ୍ୟ ହରାଇ ଘାଟି ରୋଡ ମାଧୁରୀ ନିକଟରେ ଓଲଟି ଯାଇଥିଲା। ଅଟୋରେ ବସିଥିବା ଯାତ୍ରୀଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ପ୍ରଥମେ ଚିକିଟୀ ଗୋଷ୍ଟି ସ୍ୱାସ୍ଥ୍ୟକେନ୍ଦ୍ର ରେ ପହଞ୍ଚାଇ ପ୍ରାଥମିକ ଚିକିତ୍ସା କରାଇବା ପରେ ଗୁରୁତ୍ବର ଆହତ ହୋଇଥିବା ଚାରିଜଣ ୧-ଉଲି ବେହେରା(୬୦), ୨-କୈଳାଶ ବେହେରା(୬୦),୩-ଝରଣା ବେହେରା(୧୩),୪-କାଞ୍ଚନ ବେହେରା(୫୫) ଙ୍କୁ ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।

ad-week
Leave A Reply

Your email address will not be published.