ସାହାରା ଜମାକାରୀ ମଞ୍ଚ ପକ୍ଷରୁ ଜମାକାରୀ କ୍ଷତିଗ୍ରସ୍ତଙ୍କ ଧନରାଶି ଫେରସ୍ତ ପାଇଁ ବୈଠକ

add-all

ବ୍ରହ୍ମପୁର : ସାହାରା ଜମାକାରୀ ମଞ୍ଚ ପକ୍ଷରୁ ଜମାକାରୀ କ୍ଷତିଗ୍ରସ୍ତଙ୍କ ଧନରାଶି ଫେରସ୍ତ ପାଇଁ ଆଜି ଏକ ବୈଠକ ଆଜିବିଜିପୁର ସଂତୋଷି ମାଆ ମନ୍ଦିର କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି। ମଞ୍ଚର ସଭାପତି ବିଜୟ କୁମାର ପାଢୀ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ରବୀରଥ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋହନ ମଝିଙ୍କୁ ଶୁଭେଚ୍ଛା ଜ୍ଞାପନ କରିବା ସହିତ ସହାରା ଇଣ୍ଡିଆ କମ୍ପାନୀ ଓଡ଼ିଶାର ପ୍ରାୟ କୋଡିଏ ଲକ୍ଷ ଜନକର୍ତା ଓ ଏଜେଣ୍ଟ ଙ୍କ ଠାରୁ ଲୁଟି ନେଇଥିବା ପ୍ରାୟ କୋଡିଏ ହଜାର କୋଟି ଟଙ୍କାର ଜମାରାଶି ଫେରସ୍ତ ଦିଗରେ ସରକାର ପଦକ୍ଷେପ ଗ୍ରହଣ କରିବାକୁ ଦାବି କରିଛନ୍ତି। ସହାରା କମ୍ପାନୀ ବିଭିନ୍ନ ଯୋଜନା ଆଳରେ ଲୋକଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା ଲୁଟି ନେଇଛି।ତୁରନ୍ତ ଟଙ୍କା ଫେରସ୍ତ କରିବା ସହିତ ଲୋକଙ୍କୁ ନ୍ୟାୟ ପ୍ରଦାନ କରିବାକୁ ଆଜିର ବୈଠକରେ ଦାବି ହୋଇଛି।ଏହି ଅବସରରେ ସମ୍ପାଦକ ସଞ୍ଜୀବ କୁମାର ପଣ୍ଡା, ବିରଞ୍ଚି ପାଢ଼ୀ, ସୂର୍ଯ୍ୟ ନାରାୟଣ ଚୌଧୁରୀ, ଏ. ଯମୁନା, ଶୈଳବାଲା ପଣ୍ଡା ଙ୍କ ସମେତ ମଞ୍ଚର ବହୁ ସଦସ୍ୟ ଉପସ୍ଥିତ ଥିଲେ।

ad-week
Leave A Reply

Your email address will not be published.