ଅନ୍ଧାରରେ ବ୍ରହ୍ମପୁରର ରାମଳିଙ୍ଗମ ପାର୍କ ଏବଂ ବନ୍ଦ ରହିଛି ଲେଜର ସୋ ସହିତ ମ୍ୟୁଜିକାଲ ଫାଉଣ୍ଟେନ

add-all

ବ୍ରହ୍ମପୁର : ବ୍ରହ୍ମପୁର ମହାନଗର ନିଗମ ଏବଂ ବ୍ରହ୍ମପୁର ଉନ୍ନୟନ କର୍ତ୍ତୃପକ୍ଷ ପକ୍ଷରୁ ସହରକୁ ସୌନ୍ଦର୍ଯ୍ୟ କରଣ କରିବା ସହିତ ସହରବାସୀ ଙ୍କ ଆମୋଦପ୍ରମୋଦ ପାଇଁ ବହୁ ପାର୍କ ଆଦି ନିର୍ମାଣ କରାଯାଇଛି।ବ୍ରହ୍ମପୁର ସହର ମଧ୍ୟରେ ରାମଳିଙ୍ଗମ ପାର୍କ ଅନ୍ୟତମ ରହିଛି।ଏହି ପାର୍କ କୁ ଜୁଲାଇ ୨୧ତାରିଖ ୨୦୨୧ ମସିହାରେ ଲୋକାର୍ପଣ କରାଯିବା ସହିତ ଲୋକଙ୍କୁ ଆକୃଷ୍ଟ କରିବା ପାଇଁ ପୋଖରୀ ମଧ୍ୟରେ ଥିବା ମହାଦେବଙ୍କ ପ୍ରତିମୂର୍ତ୍ତି ରେ ଲେଜର ମ୍ୟୁଜିକ ସହିତ ୱାଟେର ଫାଉଟେଇନ ର ବ୍ୟବସ୍ଥା କରାଯାଇଥିଲା।ଯାହାକି ନୂଆ ଦିଲ୍ଲୀର କେ ଏସ ଆର ବ୍ରଦର ନାମକ ଏକ ଘରେଇ କମ୍ପାନୀ କୁ ଦାୟିତ୍ୱ ଦିଆଯାଇଥିଲା।ଏଥି ପାଇଁ ୬କୋଟି ୯୪ଲକ୍ଷ ଟଙ୍କା ବ୍ୟୟ କରିଥିଲା ବ୍ରହ୍ମପୁର ଉନ୍ନୟନ କର୍ତ୍ତୃପକ୍ଷ।ଏବଂ ଏହାକୁ ତିନିବର୍ଷ ପାଇଁ ଘରେଇ କମ୍ପାନୀ ସହିତ ଚୁକ୍ତିନାମା କରାଯାଇଥିଲା।ଏଥିରୁ ମିଲୁଥିବା ରାଜସ୍ୱ ର ୭୦ ପ୍ରତିଶତ ବିଡିଏ ନେଉଥିବା ବେଳେ୩୦ପ୍ରତିଶତ ରାଜସ୍ୱ ଘରେଇ କମ୍ପାନୀ ନେଉଥିଲା।ତେବେ ଦୀର୍ଘ ଏକ ସପ୍ତାହ ଧରି ବନ୍ଦ ରହିଛି ପାର୍କ ର ଆଲୋକୀ କରଣ ସହିତ ମ୍ୟୁଜିକ ଶୋ।ଯାହାକୁ ନେଇ ସହରବାସୀ ଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।କୋଟି କୋଟି ଟଙ୍କାର ବ୍ୟୟ ରେ ନିର୍ମାଣ କରାଯାଇଥିବା ପ୍ରକଳ୍ପ କିଭଳି ଭାବେ ସରକାର ପରିବର୍ତ୍ତନ ହେବା ପରେ ଅକାମୀ କରାଯାଉଛି ବୋଲି ପ୍ରଶ୍ନ କରିଛନ୍ତି ବୁଦ୍ଧିଜୀବୀ।

ad-week
Leave A Reply

Your email address will not be published.