ରଥଯାତ୍ରାରେ ବଡ଼ଦାଣ୍ଡରେ ଷ୍ଟଲ ପ୍ରସଙ୍ଗରେ ମିଳିଲା ସର୍ତ୍ତମୂଳକ ଅନୁମତି

add-all

ପୁରୀ; ରଥଯାତ୍ରାରେ ବଡ଼ଦାଣ୍ଡରେ ଷ୍ଟଲ ପ୍ରସଙ୍ଗରେ ମିଳିଲା ସର୍ତ୍ତମୂଳକ ଅନୁମତି। ବ୍ୟବସାୟ ନୁହେଁ ବରଂ ଜନସେବା ପାଇଁ ଷ୍ଟଲ୍‌ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ। ସତ୍ୟପାଠ କଡ଼ାକଡ଼ି ପାଳନ କରିବାକୁ ମ୍ୟୁନିସିପାଲଟିକୁ ନିର୍ଦ୍ଦେଶ ଦେଇଛନ୍ତି ମାନ୍ୟବର ହାଇକୋର୍ଟ। ତେବେ ପୂର୍ବରୁ ଏନେଇ ପୁରୀ ମ୍ୟୁନିସିପାଲଟି ସତ୍ୟପାଠ ଦାଖଲ କରିଥିଲା।

ସୂଚନା ଅନୁସାରେ, ଆସନ୍ତା ୭ ତାରିଖରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଅନୁଷ୍ଠିତ ହେବାକୁ ଯାଉଛି । ମହାପ୍ରଭୁଙ୍କ ଘୋଷଯାତ୍ରା ପାଇଁ ସମସ୍ତ ପ୍ରକାରର ପ୍ରସ୍ତୁତି ଜାରି ରହିଥିବା ଥିବା ବେଳେ ଏବେଠାରୁ ଶ୍ରୀକ୍ଷେତ୍ର ଧାମ ଚଳଚଞ୍ଚଳ ହେବା ଆରମ୍ଭ ହୋଇଗଲାଣି ।

ସେପଟେ ୫୩ ବର୍ଷ ପରେ ଅର୍ଥାତ ୧୯୭୧ ମସିହା ପରେ ଚଳିତବର୍ଷ ଆହ୍ବାନପୂର୍ଣ୍ଣ ରଥଯାତ୍ରା ଅନୁଷ୍ଠିତ ହେବାକୁ ଯାଉଛି । ଯେଉଁଥିରେ ମହାପ୍ରଭୁ ୧୩ ଦିନିଆ ଅଣସର ବିଜେ କରିବେ । ଏଥିସହିତ ଗୋଟିଏ ଦିନରେ ନେତ୍ରୋତ୍ସବ,ନବଯୌବନ ଦର୍ଶନ ଓ ଶ୍ରୀଗୁଣ୍ଡିଚା ଯାତ୍ରା ପଡୁଛି । ତେଣୁ ଏଥର ୧୯୭୧ ଆଧାରରେ ସମସ୍ତ କାର୍ଯ୍ୟ ହେବ । ଯେଉଁଥିରେ ରଥଯାତ୍ରା ବିଳମ୍ବରେ ପଡୁଛି । ଅର୍ଥାତ୍ ଅପରାହ୍ଣ ୫ଟାରେ ରଥଟଣା କାର୍ଯ୍ୟକ୍ରମ ରହିଛି । ତେଣୁ ଏଥର ୨ ଦିନ ରଥଯାତ୍ରା ପଡିଛି । ୨ଦିନ ରଥ ଯାତ୍ରାକୁ ନେଇ ନେଇ ମୁଖ୍ୟମନ୍ତ୍ରୀ ୨ ଦିନ ସରକାରୀ ଛୁଟି ଘୋଷଣା କରିଛନ୍ତି ।

ad-week
Leave A Reply

Your email address will not be published.