ଜଷ୍ଟିସ ବି.ଆର. ଷଡ଼ଙ୍ଗୀ ଝାଡ଼ଖଣ୍ଡ ହାଇକୋର୍ଟର ମୁଖ୍ୟ ବିଚାରପତି ନିଯୁକ୍ତ

add-all

ନୂଆଦିଲ୍ଲୀ: ଓଡ଼ିଶା ହାଇକୋର୍ଟର ବିଚାରପତି ଜଷ୍ଟିସ ଡ. ବି.ଆର. ଷଡ଼ଙ୍ଗୀଙ୍କୁ ଝାଡ଼ଖଣ୍ଡ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ଦିଆଯାଇଛି। ଗତ ବର୍ଷ ଡିସେମ୍ବର ୨୭ରେ ସୁପ୍ରିମକୋର୍ଟ କଲେଜିୟମ ଦ୍ୱାରା କରାଯାଇଥିବା ଏକ ସୁପାରିଶ ଆଧାରରେ ଏହି ନିଯୁକ୍ତି ଦିଆଯାଇଛି।ଆଇନ ଏବଂ ନ୍ୟାୟ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ତାଙ୍କ ଏକ୍ସ ହ୍ୟାଣ୍ଡେଲରେ ଏହା ନିଶ୍ଚିତ କରିଛନ୍ତି।

ଜଷ୍ଟିସ ଷଡ଼ଙ୍ଗୀ ୧୯୮୫ରେ ଆଇନଜୀବୀ ଭାବରେ କାର୍ଯ୍ୟ ଆରମ୍ଭ କରି ଓଡ଼ିଶା ହାଇକୋର୍ଟ ତଥା ସୁପ୍ରିମକୋର୍ଟରେ ବହୁ ମାମଲାର ନେତୃତ୍ବ ନେଇଥିଲେ। ସେ ୨୦ ଜୁନ୍ ୨୦୧୩ରେ ସେ ଓଡ଼ିଶା ହାଇକୋର୍ଟର ବିଚାରପତି ଭାବରେ ନିଯୁକ୍ତ ହୋଇଥିଲେ।

ଓଡ଼ିଶା ହାଇକୋର୍ଟର ୱେବସାଇଟ୍ ଅନୁଯାୟୀ , ଜଜ୍ ଭାବରେ ତାଙ୍କ କାର୍ଯ୍ୟକାଳ ମଧ୍ୟରେ ଜଷ୍ଟିସ୍ ଷଡ଼ଙ୍ଗୀ ୧,୫୨,୦୦୦ ରୁ ଅଧିକ ମାମଲାର ସମାଧାନ କରିଛନ୍ତି ଏବଂ ପ୍ରାୟ ୧,୫୦୦ ମାମଲାରେ ଗୁରୁତ୍ବପୂର୍ଣ୍ଣ ଦେଇଛନ୍ତି। ଶୁଣାଣି କରିଛନ୍ତି।

ad-week
Leave A Reply

Your email address will not be published.