ରାଜଧାନୀର ବାର୍ ମାଲିକଙ୍କୁ ଚେତାବନୀ, ବିଳମ୍ବିତ ରାତି ଯାଏଁ ଖୋଲା ରହିଲେ ହେବ ଲାଇସେନ୍ସ ରଦ୍ଦ

add-all

ଭୁବନେଶ୍ୱର : ବାର୍ ମାଲିକଙ୍କୁ ଅବକାରୀ ବିଭାଗର ଚେତାବନୀ । ନିୟମ ଉଲ୍ଲଂଘନ କଲେ ନିଆଯିବ କାର୍ଯ୍ୟାନୁଷ୍ଠାନ । ଦରକାର ପଡ଼ିଲେ ଲାଇସେନ୍ସ ରଦ୍ଦ କରିବାକୁ ବି ପଛାଇବ ନାହିଁ । ଅବକାରୀ ବିଭାଗ। ଏଭଳି ଚେତାବନୀ ଦେଇଛି ରାଜ୍ୟ ଅବକାରୀ ବିଭାଗ। ଭୁବନେଶ୍ୱର ବାର୍ ଗୁଡ଼ିକ ନିୟମ ଉଲଂଘନ କରୁଥିବାର ଅଭିଯୋଗ ପରେ ଅବକାରୀ ବିଭାଗ ପକ୍ଷରୁ ବାହାର ଜିଲ୍ଲାର ଅବକାରୀ ଅଧିକାରୀଙ୍କୁ ଡାକି ସମସ୍ତ ବାରରେ ଚଢାଉ କରାଯିବା ସହ ତନଖି କରାଯାଇଥିଲା । ଏହି ଚଢ଼ାଉ ବେଳେ ଦୁଇଟି ବାର୍ ନିୟମ ଉଲ୍ଲଂଘନ କରିଥିବା ଦେଖିବାକୁ ମିଳିଛି । ସେହି ବାର୍ ଗୁଡ଼ିକ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବା ସହ ଫାଇନ୍ ଇମ୍ପୋଜ କରାଯିବ। ଏନେଇ ଅବକାରୀ ବିଭାଗ ଆୟୁକ୍ତ ନରସିଂହ ଭୋଳ ରାଜଧାନୀର ସମସ୍ତ ବାରଗୁଡ଼ିକୁ ନିୟମ ପାଳନ କରିବାକୁ ନିର୍ଦେଶ ଦେଇଛନ୍ତି ।

ସୂଚନା ଯେ, ରାଜଧାନୀର ଅନେକ ବାର ବିଳମ୍ବିତ ରାତି ପର୍ଯ୍ୟନ୍ତ ଖୋଲା ରହୁଥିବା ସାମ୍ନାକୁ ଆସିଥିଲା । ବାରରେ ନାଚଗୀତ ସାଙ୍ଗକୁ ମଦ୍ୟପାନ ଆସର ଜମୁଛି । ଏହାର କିଛି ଭିଡିଓ ସାମାଜିକ ଗଣମାଧ୍ୟମରେ ପ୍ରଘଟ ହେଉଛି । ଏପରିକି ଯିଏ ମହିଳା ମାନଙ୍କୁ ଅସଦାଚରଣ କରିବେ ତାଙ୍କ ବିରୋଧରେ ଦୃଢ଼ କର୍ଯ୍ୟାନୁଷ୍ଠାନ ନିଆଯିବ।  ଏହି ସବୁ ନିୟମ ମାନିବାକୁ ବାଧ୍ୟ ବୋଲି ଅବକାରୀ କମିଶନର ନରସିଂହ ଭୋଳ କହିଛନ୍ତି।

ad-week
Leave A Reply

Your email address will not be published.