ଗତ ବର୍ଷ ତୁଳନାରେ ଏବର୍ଷ ବେଶୀ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ: ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ

add-all

ଭୁବନେଶ୍ବର: ରାଜ୍ୟରେ ଏଯାବତ୍ ମୋଟ ୫୧୬ ଜଣ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ। ଗତବର୍ଷ ୨୭୮ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବା ବେଳେ ଚଳିତ ବର୍ଷ ୫୧୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ସୂଚନା ଦେଇଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ର।

ଚଳିତବର୍ଷ ଖୋର୍ଦ୍ଧାରୁ ସର୍ବାଧିକ ୧୩୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ବଲାଙ୍ଗୀରରୁ ୭୧, ସୁନ୍ଦରଗଡ଼ରୁ ୪୩ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି। ସେହିପରି ବର୍ତ୍ତମାନ ସୁଦ୍ଧା ୩୬ ହଜାର ଡେଙ୍ଗୁ ଟେଷ୍ଟ କରାଯାଇଛି ବୋଲି ସୂଚନା ଦେଇଛନ୍ତି ଜନସ୍ବାସ୍ଥ୍ୟ ନିର୍ଦେଶକ।

ସୂଚନା ଅନୁସାରେ, ରାଜ୍ୟରେ ଡେଙ୍ଗୁ ହୁ ହୁ ହୋଇ ବଢ଼ିବାରେ ଲାଗିଛି। ଆଉ ଡେଙ୍ଗୁର ହଟସ୍ପଟ ସାଜିଛି ବିଭିନ୍ନ ଶିକ୍ଷାନୁଷ୍ଠାନ। ଶିକ୍ଷାନୁଷ୍ଠାନ ପ୍ରବଳ ମାତ୍ରାରେ ଡେଙ୍ଗୁ ବ୍ୟାପୁଥିବା ବେଳେ ଅନେକ ଛାତ୍ରଛାତ୍ରୀ ଆକ୍ରନ୍ତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଏନେଇ ସତର୍କତା ଅବଲମ୍ବନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନୀଳକଣ୍ଠ ମିଶ୍ର ।

ad-week
Leave A Reply

Your email address will not be published.