ବାଲୁଙ୍କେଶ୍ୱର ମନ୍ଦିର ରେ ଶ୍ରାବଣୀ ଶିବ ଲିଙ୍ଗ ପ୍ରାଣ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ…


ହିଞ୍ଜିଳିକାଟୁ ୨୧!୭ ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ ନୁଆଗଡ ସ୍ଥିତ ବାଲୁଙ୍କେଶ୍ୱର ମନ୍ଦିର ପରିସରରେ ଶ୍ରାବଣ ମାସରେ କାଉଡିଆଙ୍କ ଭିଡ କୁ ପରିଲିକ୍ଷିତ କରି ଶ୍ରାବଣୀ ଶିବ ଲିଙ୍ଗ ପ୍ରାଣ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରାଣ ପ୍ରତିଷ୍ଠା ଉତ୍ସବରେ ବିଜୟ କୁମାର ସ୍ଵାଇଁ ଓ ତାଙ୍କ ଧର୍ମପତ୍ନୀ ମୁଖ୍ୟ କର୍ତ୍ତା ଭାବେ କାର୍ଯ୍ୟ ତୁଲାଇଥିବା ବେଳେ ହିଞ୍ଜିଳିକାଟୁ ସୂନ୍ଦର ମାଧବ ଵେଦ କର୍ମକାଣ୍ଡ ବିଦ୍ୟାଳୟ ର ଅଧ୍ୟକ୍ଷ ପଣ୍ଡିତ ସଙ୍କର୍ଷଣ ପାଠୀ ଓ ବିଦ୍ୟାଳୟ ର ସମସ୍ତ କର୍ମକର୍ତ୍ତା ପୁରୋହିତ ପୂଜାର୍ଚ୍ଚନା କରିଥିଲେ । କଳଶ ସ୍ଥାପନ ସହ ପୂଜାର୍ଚ୍ଚନା କରାଯାଇଥିଲା । ଆଖପାଖ ଅଞ୍ଚଳରୁ ଭକ୍ତ ମାନଙ୍କ ଭିଡ଼ ପରିଲକ୍ଷିତ ହୋଇଥିଲା। ନୁଆଗଡ ବାଲୁଙ୍କେଶ୍ୱର ମନ୍ଦିର ସଭାପତି ସୁବାସ ଚନ୍ଦ୍ର ଗୈ।ଡ ,ଓ ନୁଆଗଡ ଗ୍ରାମବାସୀମାନେ ସହଯୋଗ କରିଥିଲେ । ସମସ୍ତ ଭକ୍ତ ଶ୍ରଦ୍ଧାଳୁ ମାନଙ୍କ ପାଇଁ ଅନ୍ନ ପ୍ରସାଦ ସେବନ ବ୍ୟବସ୍ଥା କରାଯାଇଥିଲା

ad-week
Leave A Reply

Your email address will not be published.