ଭୟଙ୍କର ଆନ୍ଦୋଳନକୁ ପ୍ରଶମିତ କରିବାକୁ ଏମିତି ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ

add-all

ରବିବାର ବସିଲା ସୁପ୍ରିମକୋର୍ଟ। ଛୁଟି ଦିନ ସତ୍ତ୍ୱେ ବାଂଲାଦେଶ ସୁପ୍ରିମକୋର୍ଟ ଭୟଙ୍କର ଆନ୍ଦୋଳନକୁ ପ୍ରଶମିତ କରିବାକୁ ଦେଇଛନ୍ତି ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ। ସରକାରୀ ଚାକିରିରେ ଯୁଦ୍ଧ ଭେଟରାନଙ୍କ ପରିବାର ଲୋକଙ୍କୁ ମିଳିଥିବା ସଂରକ୍ଷଣ ବ୍ୟବସ୍ଥାରେ ସର୍ବୋଚ୍ଚ ଅଦାଲତ କରିଛନ୍ତି ସଂଶୋଧନ। ହେଲେ ଆନ୍ଦୋଳନକାରୀଙ୍କ ଦାବି ଅନୁସାରେ ଏହାକୁ ସଂପୂର୍ଣ୍ଣ ଉଚ୍ଛେଦ କରାଯାଇ ନାହିଁ।

ବାଂଲାଦେଶରେ ସରକାରୀ ଚାକିରିରେ ୩୦% ସଂରକ୍ଷଣ ୧୯୭୧ ଯୁଦ୍ଧ ସହିଦଙ୍କ ପରିବାର ସଦସ୍ୟଙ୍କ ପାଇଁ ରହିଥିବାରୁ ଏହାକୁ ପ୍ରତ୍ୟାହାର କରିବା ପାଇଁ ଏହି ଆନ୍ଦୋଳନ କରୁଛନ୍ତି ଛାତ୍ରଛାତ୍ରୀ। ସହିଦଙ୍କ ନାତି, ଅଣନାତିଙ୍କୁ ବି ଏହି ସୁବିଧା ମିଳୁଥିବାରୁ ପ୍ରକୃତ ମେଧାବୀ ଛାତ୍ରଛାତ୍ରୀ ସରକାରୀ ଚାକିରିରୁ ବଞ୍ଚିତ ରହୁଛନ୍ତି ବୋଲି ବିକ୍ଷୋଭକାରୀ ଦାବି କରିଛନ୍ତି।

ଏହା ବିରୋଧରେ ଜୁଲାଇ ୧ରୁ ଆରମ୍ଭ ହୋଇଥିବା ହିଂସାକାଣ୍ଡ ଯୋଗୁ ୧୩୩ ଜଣଙ୍କ ଜୀବନ ଗଲାଣି। ୩୦୦ରୁ ଅଧିକ ଲୋକ ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ସ୍ଥିତି ଦିନକୁ ଦିନ ଭୟଙ୍କର ରୂପ ନେଉଥିବାରୁ ବାଂଲାଦେଶ ସରକାର ଶୁଟ ଆଟ ସାଇଟ ବା ବିକ୍ଷୋଭକାରୀଙ୍କୁ ଦେଖିବା ମାତ୍ରେ ଗୁଳି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଏସବୁ ଭିତରେ ସୁପ୍ରିମକୋର୍ଟ ଆଜି ଆନ୍ଦୋଳନକୁ ଥଣ୍ଡା କରିବା ପାଇଁ ଉଦ୍ୟମ କରିଛନ୍ତି। ସୁପ୍ରିମକୋର୍ଟଙ୍କ ରାୟ ସମ୍ପର୍କରେ ଆଟର୍ଣ୍ଣି ଜେନେରାଲ ଏଏମ ଅମୀନ ଉଦ୍ଦିନ କହିଛନ୍ତି, ସୁପ୍ରିମକୋର୍ଟ ଆଜି ହାଇକୋର୍ଟଙ୍କ ରାୟକୁ ଅଗ୍ରାହ୍ୟ କରିବା ସହ ସଂରକ୍ଷିତ ବ୍ୟବସ୍ଥାକୁ ବେଆଇନ କହିଛନ୍ତି।

ସର୍ବୋଚ୍ଚ ଅଦାଲତ ତାଙ୍କ ରାୟରେ କହିଛନ୍ତି ଯେ ୯୩% ସରକାରୀ ଚାକିରି ପ୍ରକୃତ ମେଧାବୀମାନଙ୍କୁ ଦିଆଯିବ। ଆଉ ୭% ଚାକିରି ୧୯୭୧ ଯୁଦ୍ଧର ସହିଦଙ୍କ ପରିବାର ସଦସ୍ୟ ଓ ଅନ୍ୟ ବର୍ଗମାନଙ୍କ ପାଇଁ ସଂରକ୍ଷିତ ହୋଇ ରହିବ। ଏହି ୭% ମଧ୍ୟରୁ ୫% ଚାକିରି ୱାର ଭେଟରାନଙ୍କ ପରିବାର ବର୍ଗ ଓ ଆଉ ୨% ଅନ୍ୟ ସଂରକ୍ଷିତ ବର୍ଗଙ୍କୁ ମିଳିବ।

ସୁପ୍ରିମକୋର୍ଟଙ୍କ ରାୟ ପରେ ସ୍ଥିତିରେ ସୁଧାର ଆସିବ ବୋଲି ଆଶା କରାଯାଉଛି। କିନ୍ତୁ ପ୍ରଶାସନ ପୂର୍ବଭଳି ପୂରା ଦେଶ କର୍ଫ୍ୟୁକ ବଳବତ୍ତର ରଖିଛି। ଏଥିସହ ପୁଲିସକୁ ଶୁଟ ଅନ ସାଇଟ ଅର୍ଡର ଦେଇଛି।

ad-week
Leave A Reply

Your email address will not be published.