କ୍ରୀଡା ପୁରସ୍କାରରୁ ହଟିବନି ବିଜୁ ବାବୁଙ୍କ ନାମ, ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

add-all

ଭୁବନେଶ୍ବର: ଶନିବାର କ୍ରୀଡା ବିଭାଗ ପକ୍ଷରୁ ଆସିଥିବା ବଡ ନିଷ୍ପତ୍ତିକୁ ଖଣ୍ଡନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । କ୍ରୀଡା ପୁରସ୍କାରରୁ ବିଜୁ ବାବୁଙ୍କ ନାଁ ହଟିବ ନାହିଁ ବୋଲି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

ଏନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, “ବିଜୁ ପଟ୍ଟନାୟକ କ୍ରୀଡା ପୁରସ୍କାର”ର ନାମ ପରିବର୍ତ୍ତନ ହେବ ନାହିଁ । ମୋ ସରକାର ବରପୁତ୍ରମାନଙ୍କୁ ସମ୍ମାନ ଦିଏ । ବିଜୁ ବାବୁଙ୍କ ଅବଦାନ ପାଇଁ ସେ ଚିରସ୍ମରଣୀୟ । ପୁରସ୍କାରରୁ ବିଜୁ ବାବୁଙ୍କ ନାଁ ହଟିବ ନାହିଁ । ମୁଁ ଏ ବିଷୟରେ ଅବଗତ ନଥିଲି । ଗଣମାଧ୍ୟମରୁ ନାମ ପରିବର୍ତ୍ତନ ନେଇ ଜାଣିବାକୁ ପାଇଲି । ଏନେଇ କିଛି ବିଧିବଦ୍ଧ ଭାବରେ ନିଷ୍ପତ୍ତି ହୋଇନାହିଁ । ତେଣୁ ଏହା ପୂର୍ବ ପରି “ବିଜୁ ପଟ୍ଟନାୟକ କ୍ରୀଡା ପୁରସ୍କାର” ନାମରେ ପ୍ରଦାନ କରାଯିବ ।

ତେବେ କହିରଖୁଛୁ, ଚଳିତ ବର୍ଷ କ୍ରୀଡା ପୁରସ୍କାର ପାଇଁ ବିଜ୍ଞପ୍ତି ଜାରି ହୋଇଥିବା ବେଳେ ଏହାର ଅଫିସିଆଲ ଓ୍ବେବ ସାଇଟରେ ଏହାର ନାମ “ବିଜୁ ପଟ୍ଟନାୟକ କ୍ରୀଡା ପୁରସ୍କାର” ବଦଳରେ “ଓଡିଶା ରାଜ୍ୟ କ୍ରୀଡା ପୁରସ୍କାର ସମ୍ମାନ” ଲେଖାଯାଇଥିବା ବେଳେ ଏଥିରେ କ୍ରୀଡା ସଚିବଙ୍କ ଦସ୍ତଖତ ମଧ୍ୟ ରହିଛି । ଯାହା କ୍ରୀଡା ପୁରସ୍କାରର ନାମ ପରିବର୍ତ୍ତନ କରାଯାଇଥିବା ଖବରକୁ ଇନ୍ଧନ ଦେଇଥିଲା । ଏହା ସହିତ ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାରର ନାମ ବଦଳାଇ ଶନିବାର କ୍ରୀଡ଼ା ଓ ଯୁବ ସେବା ବିଭାଗ ପକ୍ଷରୁ ବିଜ୍ଞପ୍ତିରେ କ୍ରୀଡ଼ା ସମ୍ମାନ ଚଳିତ ବର୍ଷ ଠାରୁ ‘ଓଡ଼ିଶା ରାଜ୍ୟ କ୍ରୀଡ଼ା ସମ୍ମାନ’ ନାମରେ ନାମିତ ହେବ ବୋଲି କୁହାଯାଇଥିଲା। ଏଥି ସହିତ ରାଜ୍ୟ କ୍ରୀଡ଼ା ଓ ଯୁବ ସେବା ବିଭାଗ ପକ୍ଷରୁ ଏହି ସମ୍ମାନକୁ ନେଇ ନୂଆ ଗାଇଡ୍‌ଲାଇନ୍‌ ମଧ୍ୟ ଜାରି କରାଯାଇଥିଲା। କିନ୍ତୁ ଏହାକୁ ଆଜି ଖଣ୍ଡନ କରିଛନ୍ତି ମୁଖ୍ୟମନ୍ତ୍ରୀ ।

ad-week
Leave A Reply

Your email address will not be published.