ଭିଜିଲାନ୍ସ ଜାଲରେ ମତ୍ସ୍ୟ ସମ୍ପଦ ବିଭାଗର ଡେପୁଟି ଡ଼ାଇରେକ୍ଟର

add-all

କଟକ: ଭିଜିଲାନ୍ସ ଜାଲରେ କଟକ ମତ୍ସ୍ଯ ସମ୍ପଦ ବିଭାଗର ଡେପୁଟି ଡ଼ାଇରେକ୍ଟର ବସନ୍ତ କୁମାର ଦାସ । ସରକାରୀ ଅର୍ଥ ଆତ୍ମସାତ ମାମଲାରେ ମତ୍ସ୍ୟ ଉପନିର୍ଦ୍ଦେଶକ ବସନ୍ତ କୁମାର ଦାସଙ୍କ ଘରେ ଭିଜିଲାନ୍ସ ଚଢାଉ। ବସନ୍ତ ଦାସଙ୍କ ଘର ସମେତ ୫ଟି ସ୍ଥାନରେ ଭିଜିଲାନ୍ସ ଚଢାଉ କରିଛି । ପ୍ରାୟ ୧କୋଟି ୫ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ସରକାରୀ ଅର୍ଥ ଆତ୍ମସାତ ଘଟଣାରେ ଭିଜିଲାନ୍ସ ତଦନ୍ତ ଆରମ୍ଭ କରିଛି ।

ଭିଜିଲାନ୍ସ ଦ୍ୱାରା ଜାରି କରାଯାଇଥିବା ବିଜ୍ଞପ୍ତି ଅନୁଯାୟୀ, ସରକାରୀ ଅର୍ଥରୁ ଅର୍ଜନ ହୋଇଥିବା ପରିମାଣ ଏବଂ ପୁଞ୍ଜି ବିନିଯୋଗ/ସମ୍ପତ୍ତିର ଅପବ୍ୟବହାର ସହ ଜଡିତ ଡକ୍ୟୁମେଣ୍ଟର ଖୁଲାସା ପାଇଁ ଏହି ଚଢାଉ କରାଯାଇଛି। ଏକ ଅନୁସନ୍ଧାନରୁ ଜଣାପଡିଛି ଯେ ୨୦୨୪-୨୫ ଆର୍ଥିକ ବର୍ଷରେ ସରକାରୀ ଆକାଉଣ୍ଟରୁ ନିଜ ଆକାଉଣ୍ଟକୁ ଟଙ୍କା ଟ୍ରାନ୍ସଫର ହେଉଥିଲା। ସରକାରୀ ଆକାଉଣ୍ଟରୁ ତାଙ୍କ ବ୍ୟକ୍ତିଗତ ବ୍ୟାଙ୍କ ଆକାଉଣ୍ଟକୁ ପୁରୀର ଏସବିଆଇରେ ୧.୫ କୋଟି ଟଙ୍କା ଟ୍ରାନ୍ସଫର କରିଥିଲେ ଏବଂ ସେ ମଧ୍ୟ ଏହାକୁ ପ୍ରତ୍ୟାହାର କରି ନେଇଥିଲେ।

ଏନେଇ ଭିଜିଲାନ୍ସ ନିକଟରେ ପୂର୍ବରୁ ଥିଲା ଅଭିଯୋଗ। ଅଭିଯୋଗ ଆଧାରରେ ଚଢ଼ାଉ କରିଛି ଭିଜିଲାନ୍ସ । ଡେପୁଟି ଡ଼ାଇରେକ୍ଟର ବସନ୍ତ କୁମାର ଦାସଙ୍କ ପୁରୁଣା ଭୁବନେଶ୍ୱର ସ୍ଥିତ ଭଡାଘର, ପୁରୀ ତୋଟା ମହାବୀର ଲେନ ସ୍ଥିତ ଘର, ପୁରୀ ଜିଲ୍ଲା ଗୋରୁଳା ନିକଟ ଫାର୍ମହାଉସ , ଭଦ୍ରକ ଗୋବିନ୍ଦପୁର ସ୍ଥିତ ପୈତୃକ ଘର, କଟକ ସ୍ଥିତ ଅଫିସରେ ଚଢାଉ ଚାଲିଛି।

ad-week
Leave A Reply

Your email address will not be published.