ପ୍ରଶ୍ନପତ୍ର ଲିକ୍ ଦୋଷୀଙ୍କୁ ନାହିଁ ନିସ୍ତାର; ୧୦ ବର୍ଷ ଜେଲ୍ ସାଙ୍ଗକୁ କୋଟିଏ ଟଙ୍କା ଜରିମାନା

add-all

ଏଣିକି ବିହାରରେ ପ୍ରଶ୍ନପତ୍ର ଲିକ୍ କରୁଥିବା ଦୋଷୀଙ୍କୁ ମିଳିବ କଠୋରରୁ କଠୋର ଦଣ୍ଡ। ଏକ କୋଟି ଟଙ୍କା ଜରିମାନା ସାଙ୍ଗକୁ କାରାଗାରରେ ଦିନ ବିତାଇବାକୁ ପଡ଼ିବ। କାରଣ ରାଜ୍ୟରେ ଆରମ୍ଭ ହେବାକୁ ଯାଉଛି ନୂଆ ଆଇନ।

ଆଜି ବିହାର ବିଧାନସଭାରେ ଆଣ୍ଟି-ପେପର୍ ଲିକ୍ ବିଲ୍ (ବିହାର ଜନ ପରୀକ୍ଷା ଅନୁଚିତ୍ ସାଧନ ନିବାରଣ ବିଧେୟକ) ପାରିତ ହୋଇଛି। ଏହି ବିଲ୍ ପାରିତ ହେବା ପରେ ବର୍ତ୍ତମାନ ରାଜ୍ୟରେ ଯେକୌଣସି ପରୀକ୍ଷାର ପ୍ରଶ୍ନପତ୍ର ଲିକ୍ କରୁଥିବା ଦୋଷୀଙ୍କୁ କଠୋର ଦଣ୍ଡର ସାମ୍ନା କରିବାକୁ ପଡ଼ିବ। 

ନୂଆ ଆଇନ ଅନୁସାରେ, ପ୍ରଶ୍ନପତ୍ର ଅଭିଯୋଗରେ ଦୋଷୀ ସାବ୍ଯସ୍ତ ହେଲେ ଦଶ ବର୍ଷ ଜେଲ୍ ଏବଂ ୧ କୋଟି ଟଙ୍କା ଜରିମାନା ଦେବାକୁ ପଡ଼ିବ। ଏହା ବ୍ୟତୀତ ଅପରାଧୀଙ୍କ ସମ୍ପତ୍ତି ମଧ୍ୟ ଜବତ କରାଯିବ।

NEET-UG ପ୍ରଶ୍ନପତ୍ର ଲିକ୍ ଓ ପରୀକ୍ଷାରେ ଅନିୟମିତତା ନେଇ ଚାଲିଥିବା ବିବାଦ ମଧ୍ୟରେ ବିହାରର ନୀତୀଶ କୁମାରଙ୍କ ସରକାର ଆଣ୍ଟି-ପେପର୍ ଲିକ୍ ଆଇନ ଆପଣାଇଛନ୍ତି। ଆଜି ବିଧାନସଭାରେ ମନ୍ତ୍ରୀ ବିଜୟ କୁମାର ଏହି ବିଲ୍ ଆଗତ କରିଥିଲେ। ସର୍ବାଧିକ ସମର୍ଥନ ସହ ଏହି ବିଲ୍ ପାରିତ ହୋଇଛି।

ପ୍ରକାଶ ଥାଉକି, NEET-UG ପ୍ରଶ୍ନପତ୍ର ଲିକ୍ ମାମଲାରେ ବିହାରର ଏକାଧିକ ଅଭିଯୁକ୍ତ ଗିରଫ ହୋଇଛନ୍ତି। ସେପଟେ ଗତକାଲି ସୁପ୍ରିମକୋର୍ଟ ଏ ଉପରେ ଶୁଣାଣି କରି ପୁନଃ ପରୀକ୍ଷା ହେବ ନାହିଁ ବୋଲି କହିଛନ୍ତି। 

ad-week
Leave A Reply

Your email address will not be published.