ଗୃହରେ ଅଚଳାବସ୍ଥା ଜାରି: ସର୍ବଦଳୀୟ ବୈଠକ ଫେଲ, ମାନିଲେନି ବିରୋଧୀ

add-all

ରାଜ୍ୟପାଳଙ୍କ ପୁଅଙ୍କ ବିରୋଧରେ ଆସିଥିବା ଅଭିଯୋଗ ପ୍ରସଙ୍ଗକୁ ନେଇ ହଟ୍ଟଗୋଳ କରୁଛନ୍ତି ବିରୋଧୀ। ୩ ଦିନ ହେବ ସ୍ୱାଭାବିକ ହୋଇପାରୁ ନାହିଁ ଗୃହ। ଫଳରେ ଆଜି ତୃତୀୟ ଦିନରେ ମଧ୍ୟ ଗୃହରେ ଅଚଳାବସ୍ଥା ଜାରି ରହିଛି। ବିରୋଧୀ ଦଳଙ୍କ ହଟ୍ଟଗୋଳ ଯୋଗୁ ଆଜି ପ୍ରଥମାର୍ଦ୍ଧରେ ଗୃହରେ କୌଣସି କାର୍ଯ୍ୟ ହୋଇ ପାରି ନ ଥିବାବେଳେ ଦ୍ୱିତୀୟାର୍ଦ୍ଧରେ ବାଚସ୍ପତି ସର୍ବଦଳୀୟ ବୈଠକ ଡାକି ସମାଧାନର ବାଟ ଖୋଜିଥିଲେ। ହେଲେ ସର୍ବଦଳୀୟ ବୈଠକରେ ବାହାରିପାରି ନଥିଲା ନିଷ୍କର୍ଷ। ନିଜ ଜିଦ୍‌ରେ ଅଟଳ ରହିଥିଲେ ବିରୋଧୀ। ବିରୋଧୀଙ୍କ ହଟ୍ଟଗୋଳ ଯୋଗୁ ଆଜି ଗୃହ କାର୍ଯ୍ୟ ୪ଟା ଯାଏଁ ମୁଲତବୀ ରଖିଥିଲେ ବାଚସ୍ପତି।

ଆଜି ପୂର୍ବାହ୍ନରେ ଗୃହକାର୍ଯ୍ୟ ଆରମ୍ଭ ହେବା ମାତ୍ରେ ନାରାବାଜି ଆରମ୍ଭ କରିଥିଲେ ବିରୋଧୀ ବିଜେଡି ଓ କଂଗ୍ରେସ। ପ୍ରଶ୍ନକାଳରେ ହଟ୍ଟଗୋଳ କରି ବିଜେଡି ବିଧାୟକ କକ୍ଷତ୍ୟାଗ କରିଥିଲେ। ଗୃହିରେ ରାଜ୍ୟପାଳଙ୍କ ପୁଅ ପ୍ରସଙ୍ଗ ଉଠାଇଥିଲା ବିଜେଡି। ସେହିପରି କେନ୍ଦ୍ରୀୟ ଅବହେଳା ପ୍ରସଙ୍ଗ ଉଠାଇ ଗୃହ ମଧ୍ୟଭାଗରେ ହଟ୍ଟଗୋଳ କରିଥିଲା କଂଗ୍ରେସ। ବିରୋଧୀ ଦଳ ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁ ପ୍ରଶ୍ନକାଳ,ଶୂନ୍ୟକାଳ ଓ ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବକୁ ନେଇ ଆଲୋଚନା ସମ୍ଭବପର ହୋଇପାରି ନଥିଲା। ହୋହଲ୍ଲା ଲାଗି ରହିବାରୁ ବାଚସ୍ପତି ଦିନ ସାଢ଼େ ୧୧ଟା ଯାଏ ଗୃହକୁ ମୁଲତବୀ ଘୋଷଣା କରିଥିଲେ। ପରେ ବାଚସ୍ପତି ସୁରମା ପାଢ଼ୀ ୧୨ଟାରେ ସର୍ବ ଦଳୀୟ ବୈଠକ ଡାକିଥିଲେ। ହେଲେ ସେଥିରେ କୌଣସି ନିଷ୍କର୍ଷ ବାହାରି ନଥିଲା।

ଏହି ପରିପ୍ରେକ୍ଷୀରେ ବିଜେଡି ବିଧାୟକ କଳିକେଶ ସିଂହଦେଓ କହିଛନ୍ତି, ନୂଆ ସରକାର ଡରିକି ଗୃହକୁ ସ୍ୱାଭାବିକ ଭାବେ ଚଲାଇବାକୁ ଦେଉନାର୍ହି। ଗୃହ ଚାଲିଲେ ତାଙ୍କର ଅସୁବିଧା ବଢ଼ିବ। ଗୃହ କାର୍ଯ୍ୟ ସ୍ୱାଭାବିକ ହେଲେ ରାଜ୍ୟର ବିଭିନ୍ନ ଇସ୍ୟୁ ଆସିବ। ଏଥିପାଇଁ ସରକାର ଗୃହରେ କୌଣସି ବିଷୟରେ ଆଲୋଚନା କରିବାକୁ ଚାହୁଁନାହିଁହି

ସେ ଆହୁରି କହିଛନ୍ତି ଯେ, ଆମେ ଗୃହରେ ରାଜ୍ୟପାଳଙ୍କ ଧନ୍ୟବାଦ ପ୍ରସ୍ତାବ ଆଲୋଚନାରେ ଭାଗ ନେବୁନାହିଁ। ରାଜ୍ୟପାଳଙ୍କ ପୁଅ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ବିବୃତି ରଖିବା ଦରକାର। ମୁଖ୍ୟମନ୍ତ୍ରୀ ବିବୃତି ନ ଦେବା ପର୍ଯ୍ୟନ୍ତ ବିଜେଡି ସହଯୋଗ କରିବନି ବୋଲି ବିଜେଡି ବିଧାୟକ କଳିକେଶ ସିଂହଦେଓ କହିଛନ୍ତି।

ବିଜେପି ବିଧାୟକ ବାବୁ ସିଂ ବିଜେଡିକୁ କାଉଣ୍ଟର କରି ମାହାଙ୍ଗା ଡବଲ୍ ମର୍ଡର କଥା ଉଠାଇଛନ୍ତି। ସେ ପ୍ରଶ୍ନ କହିଛନ୍ତି, ‘ଆଜି ଯେଉଁ କଥା କହୁଛନ୍ତି ଶାସନରେ ଥିଲା ବେଳେ କରୁ ନ ଥିଲେ କାହିଁକି? ମାହାଙ୍ଗା ଡବଲ୍ ମର୍ଡର ଘଟଣାରେ ୧୩ ନଂ ମୁଦାଲାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇ ନ ଥିଲେ କାହିଁକି?

 ଅନେକ ବିଧାୟକ ପ୍ରଥମ କରି ବିଧାନସଭାକୁ ନିର୍ବାଚିତ ହୋଇ ଆସିଛନ୍ତି। ବିରୋଧୀ ଗୃହ ଆରମ୍ଭରୁ ହଟ୍ଟଗୋଳ କରି ଖରାପ ପରମ୍ପରା ସୃଷ୍ଟି କରୁଛନ୍ତି ବୋଲି ବାବୁ କହିଛନ୍ତି। 

ଗତକାଲି ମଧ୍ୟ ରାଜ୍ୟପାଳଙ୍କ ପୁଅଙ୍କ ବିରୋଧରେ ଆସିଥିବା ଅଭିଯୋଗ ପ୍ରସଙ୍ଗକୁ ନେଇ ଗୃହରେ କଂଗ୍ରେସ ଓ ବିରୋଧୀ ହଟ୍ଟଗୋଳ କରିଥିଲେ। ପରେ ବାଚସ୍ପତି ଗୃହକୁ ମୁଲତବୀ ରଖିଥିଲେ।

ad-week
Leave A Reply

Your email address will not be published.