ମୋ ବସ୍‌ ଯାତ୍ରୀଙ୍କଠାରୁ ଲୁଟୁଥିଲେ ଛତିଶଗଡ଼ ମହିଳା ଲୁଟେରା, ୩ ଜଣଙ୍କୁ ବନ୍ଧିଲା ପୋଲିସ

add-all

ଭୁବନେଶ୍ୱର: ମୋ ବସ୍‌ରେ ମାତିଛନ୍ତି ମହିଳା ଲୁଟେରା। ସୁଯୋଗ ପାଇଁ ଯାତ୍ରୀଙ୍କଠାରୁ କରୁଛନ୍ତି ଲୁଟ୍। ଟିକିଏ ଅସାବଧାନ ହେଲେ ଲୁଟି ନେଇଯାଉଛନ୍ତି ଟଙ୍କା, ସୁନାଗହଣା । ଏଭଳି ଏକ ମହିଳା ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି ଭୁବନେଶ୍ୱରରେ ପୋଲିସ। ଏହି ମାମଲାରେ ୩ ଜଣଙ୍କୁ ଗିରଫ କରିଛି ପୋଲିସ।

ପୋଲିସ ସୂତ୍ର ଅନୁଯାୟୀ ଛତିଶଗଡରୁ ଆସିଥିବା ଏହି ତିନି ମହିଳାଙ୍କ ଠାରୁ ୨୩ ହଜାରରୁ ଅଧିକ ନଗଦ ଟଙ୍କା ଏବଂ ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇଛି। ଅଭିଯୁକ୍ତମାନେ ରାୟପୁର ଏବଂ ଛତିଶଗଡର ନିକଟବର୍ତ୍ତୀ ଅଞ୍ଚଳର ବାସିନ୍ଦା ଥିବା ଜଣାପଡିଛି।

ଶନିବାର ଦିନ ମୋ ବସରୁ ଲୁଟ ନେଇ ନୟାପଲ୍ଲୀ ଥାନାରେ ଅଭିଯୋଗ ହୋଇଥିଲା । ଅଭିଯୋଗ ମୁତାବକ ଜଣେ ଯୁବକ ନୟାପଲ୍ଲୀ ଦୁର୍ଗାମଣ୍ଡପ ନିକଟ ନାବାର୍ଡସ୍ଥିତ ମୋ ବସଷ୍ଟାଣ୍ଡରେ ଓହ୍ଲାଇବା ପରେ ତାଙ୍କ ପକେଟରେ ଥିବା ୨୫ ହଜାର ଟଙ୍କା ନଥିବା ଜାଣିବାକୁ ପାଇଥିଲେ । ଏନେଇ ଥାନାରେ ଅଭିଯୋଗ ପରେ ସାଦା ପୋଷାକରେ ବସରେ ବୁଲି ୩ ଜଣ ମହିଳାଙ୍କୁ କାବୁ କରିଛି ପୋଲିସ । ନୟାପଲ୍ଲୀ ଥାନାରେ ଦିଆଯାଇଥିବା ଅଭିଯୋଗକୁ ଭିତ୍ତି କରି ପୁଙ୍ଖାନୁପୁଙ୍ଖ ଅନୁସନ୍ଧାନ କରାଯାଇ ଏହି ଅପରାଧ ସ୍ଵୀକାର କରିଥିବା ତିନିଜଣ ମହିଳାଙ୍କୁ ଗିରଫ କରାଯାଇଥିଲା।

ସୂଚନା ଥାଉକି, ଗ୍ରୁପ ହୋଇ ଛତିଶଗଡ଼ରୁ ଭୁବନେଶ୍ୱର ଆସିବା ପରେ ଏହି ମହିଳା ଗ୍ୟାଙ୍ଗ ବିଭିନ୍ନ ସ୍ଥାନରେ ରହିବା ସହ ଲୁଟ କରନ୍ତି ବୋଲି ଜଣାପଡ଼ିଛି। ବିଗତ କିଛିଦିନ ଧରି ମୋ ବସରେ ଲୁଟ ନେଇ ବାରମ୍ବାର ଅଭିଯୋଗ ହୋଇ ଆସୁଥିଲା । ଜନଗହଳିର ସୁବିଧା ନେଇ ଲୁଟପାଟ କରୁଥିଲେ ଲୁଟେରା । ମହିଳା ଲୁଟେରାଙ୍କ ଟାର୍ଗେଟରେ ମୋ ବସ୍ ଥିବା ବେଳେ ବାହାର ରାଜ୍ୟର ଲୁଟେରାମାନେ ଗ୍ରୁପ କରି ଓଡିଶା ଆସୁଛନ୍ତି ଆଉ ଜନଗହଳିପୂର୍ଣ୍ଣ ସ୍ଥାନକୁ ଟାର୍ଗେଟ କରୁଛନ୍ତି । ଗହଳି ଜାଗାରେ ସେମାନେ ଲୋକଙ୍କୁ ଘେରି ଯାଇ ସେମାନଙ୍କ ଠାରୁ ଟଙ୍କା ସୁନା ଗହଣା ଚୋରେଇ ନେଉଛନ୍ତି ।

ad-week
Leave A Reply

Your email address will not be published.