ପାଣି ଉଠାଇବା ବେଳେ ବୁଡ଼ି ଗଲେ ୨ କାଉଡ଼ିଆ

add-all

କଟକ : ବୋଲବମ ପାଣି ଉଠାଇବା ବେଳେ ଅଘଟଣ । ଆସନ୍ତାକାଲି ଶ୍ରାବଣ ମାସର ଦ୍ୱିତୀୟ ସୋମବାର। ଏଥିପାଇଁ ବୋଲ ବମ ଯାତ୍ରାର ବ୍ରତଧାରୀ ବା କାଉଡ଼ିଆମାନେ ବିଭିନ୍ନ ସ୍ଥାନରୁ ପାଣି ଆଣି ଶୈବପୀଠ ଅଭିମୁଖେ ଯାଉଛନ୍ତି। ହେଲେ ଏସବୁ ଭିତରେ ଗୋଟିଏ ଦୁଃଖଦ ଖବର ସାମ୍ନାକୁ ଆସିଛି।

ପାଣି ଉଠାଇବା ବେଳେ ମହାନଦୀର ଗଡ଼ଗଡ଼ିଆ ଘାଟରେ ବୁଡ଼ି ଯାଇଛନ୍ତି ଦୁଇ ଜଣ ଯୁବକ। ସର୍ବସମ୍ମୁଖରେ ଦୁଇ ଜଣ କାଉଡ଼ିଆ ବୁଡ଼ି ଯାଉଥିବା ବେଳେ ସାଥୀ ବୋଲ ବମ ବ୍ରତଧାରୀ ଓ ଅଗ୍ନିଶମ କର୍ମଚାରୀ ଜଣଙ୍କୁ ଉଦ୍ଧାର କରିଛନ୍ତି।

ତେବେ ଆଉ ଜଣେ ଯୁବକ ଗଡ଼ଗଡ଼ିଆ ଘାଟର ଗଣ୍ଡରେ ପଡ଼ି ନିଖୋଜ ହୋଇଯାଇଛନ୍ତି। ତାଙ୍କୁ ଉଦ୍ଧାର କରିବା ପାଇଁ ପ୍ରୟାସ ଚାଲିଥିଲେ ହେଁ ଏଯାଏ କୌଣସି ସଫଳତା ମିଳି ନାହିଁ। ନିଖୋଜ ଯୁବକ ଜଣକ ଭୁବନେଶ୍ୱରର ବୋଲି ଜଣାପଡ଼ିଛି।

ଟିକିନା ନାୟକ ନାମକ ଜଣେ ପ୍ରତ୍ୟେକ୍ଷଦର୍ଶୀ କହିଛନ୍ତି, “ଆମେ ଘାଟରେ ବସିଥିବା ବେଳେ ଆମ ଲୋକମାନେ ସମସ୍ତେ ପାଣି ଉଠାଇବାକୁ ଭିତରକୁ ଯାଇଥିଲେ। ତେବେ ନଦୀର ଗଣ୍ଡରେ ପାଣି ଉଠାଉଥିବା ବେଳେ ଦୁଇ ଜଣ ହଠାତ୍‌ ବୁଡ଼ି ଯାଇଥିଲେ।

ଖବର ପାଇ ଅଗ୍ନିଶମ କର୍ମଚାରୀ ପହଞ୍ଚିଥିଲେ। ଆମେ ତାଙ୍କ ସହ ମିଶି ଜଣଙ୍କୁ ବଞ୍ଚାଇ ପାରିଥିଲୁ। ଆଉ ଜଣଙ୍କୁ ବଞ୍ଚାଇ ହେଲାନି। ବେଶୀ ଖାଲ ଥିବାରୁ କେହି ସାହାସ କରି ଆଗକୁ ଯାଇ ନଥିଲେ।”

ad-week
Leave A Reply

Your email address will not be published.