ହିମାଚଳ ପ୍ରଦେଶରେ ଆକାଶଫଟା ବର୍ଷା: ୩ ମୃତ, ୫୦ରୁ ଅଧିକ ନିଖୋଜ

add-all

ନୂଆଦିଲ୍ଲୀ: ହିମାଚଳ ପ୍ରଦେଶରେ ପ୍ରକୃତିର ତାଣ୍ଡବ । କୁଲୁ, ମଣ୍ଡି ଏବଂ ରାମପୁରରେ ବାଦଲ ଫଟା ବର୍ଷାରେ ପ୍ରଳୟ ସୃଷ୍ଟି ହୋଇଛି । ବର୍ଷାରେ ଅନେକ ଘର ଧୋଇ ହୋଇ ଯାଇଛି । ରାମପୁର ତହସିଲ୍‌ରୁ ପ୍ରାୟ ୫୦ରୁ ଅଧିକ ଲୋକ ନିଖୋଜ ହୋଇ ଯାଇଛନ୍ତି । ସେପଟେ କୁଲ୍ଲୁ ପାର୍ବତି ନଦୀ କୂଳରେ ଏକ ବିଲ୍ଡିଂ ଭୁଶୁଡ଼ି ଯିବାର ଚିତ୍ର ସାମ୍ନାକୁ ଆସିଛି। ଉତ୍ତର ଭାରତରେ ପ୍ରକୃତି ସାଧୁଛି ଦାଉ। ଏହି ପ୍ରବଳ ବର୍ଷାରେ ୩ ଜଣଙ୍କର ମୃତ୍ୟୁ ବି ଘଟିଛି।
ଅନେକ ଲୋକ ନିଖୋଜ ଥିବା ହେତୁ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି। ଉଦ୍ଧାର କାର୍ଯ୍ୟ ପାଇଁ ଏନ୍‌ଡିଆର୍‌ଏଫ୍‌, ଏସ୍‌ଡିଆର୍‌ଏଫ୍‌, ପୁଲିସ୍‌,‌ ହୋମାଗାର୍ଡ, ଦମକଳ ବାହିନୀ ଆଦି ନିୟୋଜିତ ହୋଇଛି। ସ୍ଥାନୀୟ ପ୍ରଶାସନ ପକ୍ଷରୁ ସମସ୍ତ ସୁବିଧା, ସୁଯୋଗ ଯୋଗାଇ ଦେବା ପାଇଁ ଘୋଷଣା ହୋଇଛି।
ସେପଟେ ବାଦଲ ଫଟା ବର୍ଷାରେ ଉତ୍ତରାଖଣ୍ଡ କେଦାରନାଥରେ ହଠାତ ବନ୍ୟା ଆସିବାରୁ ଭୟାବହ ସ୍ଥିତି ଦେଖିବାକୁ ମିଳିଛି । କେଦାରନାଥକୁ ଯାଉଥିବା ମୁଖ୍ୟ ରାସ୍ତାର ୩୦ କିଲୋମିଟର ମନ୍ଦାକିନୀ ନଦୀର ବନ୍ୟା ପାଣିରେ ଧୋଇ ହୋଇଯାଇଛି । ହଠାତ ବନ୍ୟା ଆସିବାରୁ ୨୦୦ରୁ ଅଧିକ ଶ୍ରଦ୍ଧାଳୁ ଫସିରହିଛନ୍ତି । ବର୍ତ୍ତମାନ ଉତ୍ତରାଖଣ୍ଡ ସରକାର କେଦାରନାଥ ଯାତ୍ରାକୁ ସ୍ଥଗିତ ରଖିଛନ୍ତି । ସେପଟେ ଫସି ରହିଥିବା ଶ୍ରଦ୍ଧାଳୁଙ୍କୁ ଉଦ୍ଧାର କରିବା ପାଇଁ ସ୍ଥାନୀୟ ପ୍ରଶାସନ ଓ ଏସଡିଆରଏଫ ନିୟୋଜିତ ହୋଇଛନ୍ତି।
କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ଓ ବିଜେପି ସଭାପତି ଜେପି ନଡ୍ଡା ହିମାଚଳ ପ୍ରଦେଶରେ ଉଦ୍ଧାର କାର୍ଯ୍ୟ ତ୍ବରାନ୍ବିତ କରିବା ସହ ସମସ୍ତ ବିଜେପି କ୍ୟାଡର୍‌ଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ad-week
Leave A Reply

Your email address will not be published.