‘ମୋ ବାପାଙ୍କ ମୃତ୍ୟୁରେ ଯେମିତି ଲାଗୁଥିଲା, ଆଜି ଠିକ୍ ସେପରି ଲାଗୁଛି’

add-all

ୱାୟନାଡ : ଭୁସ୍ଖଳନର ଗୋଟିଏ ଦିନ ପରେ ୱାୟନାଡ ଗସ୍ତ କରିଛନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧି। ପ୍ରଭାବିତ ଲୋକଙ୍କୁ ଭେଟିବା ସହ ସ୍ଥିତିର ଅନୁଧ୍ୟାନ କରିଛନ୍ତି। ଏହି ସମୟରେ ତାଙ୍କ ସହ ଭଉଣୀ ପ୍ରିୟଙ୍କା ଗାନ୍ଧି ମଧ୍ୟ ଉପସ୍ଥିତି ଦେଖିବାକୁ ମିଳିଛି।
ପ୍ରଭାବିତ ଲୋକଙ୍କୁ ଭେଟିବା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ରାହୁଲ ଗାନ୍ଧି କହିଛନ୍ତି, “ୱାୟନାଡ, କେରଳ ଏପରିକି ଦେଶ ପାଇଁ ଏହା ଏକ ଅତ୍ୟନ୍ତ ଦୁଃଖଦ ଘଟଣା। ଅନେକ ଲୋକ ନିଜ ପରିବାର ସଦସ୍ୟକୁ ହରାଇଛନ୍ତି। କିଏ ଘର ହରାଇଛି ତ, ଆଉ କିଏ ପ୍ରିୟଜନଙ୍କୁ ହରାଇଛନ୍ତି। ଏସବୁ ଦେଖିବା ଆମ ପକ୍ଷେ ଖୁବ୍ କଷ୍ଟଦାୟକ।”
କ୍ଷତିଗ୍ରସ୍ତ ଲୋକଙ୍କୁ ସହାୟତା କରିବା ପାଇଁ ଆମେ ପ୍ରତିଶ୍ରୁତି ଦେଇଛୁ। ଡାକ୍ତର, ନର୍ସ, ପ୍ରଶାସନ, ସ୍ୱେଚ୍ଛାସେବୀ ଏବଂ ଉଦ୍ଧାରକାରୀ ଟିମକୁ ଧନ୍ୟବାଦ ଦେବାକୁ ଚାହିଁବି ବୋଲି ରାହୁଲ ଗାନ୍ଧି କହିଛନ୍ତି।
ୱାୟନାଡର ଏ ଦୁଃଖଦ ପରିସ୍ଥିତିକୁ ବର୍ଣ୍ଣନା କରିବାକୁ ଯାଇ ରାହୁଲ ଗାନ୍ଧି କହିଛନ୍ତି, “ଆଜି ମୋତେ ଠିକ୍ ସେପରି ଲାଗୁଛି, ଯପରି ମୋ ବାପାଙ୍କ ମୃତ୍ୟୁ ପରେ ଲାଗୁଥିଲା। ଏଠାରେ ଲୋକମାନେ କେବଳ ତାଙ୍କ ବାପାଙ୍କୁ ହରାଇ ନାହାନ୍ତି, ବରଂ ଏକ ପରିବାରକୁ ହରାଇଛନ୍ତି।” ଆମେ ଏଠାକାର ସମସ୍ତ ଲୋକଙ୍କୁ ସ୍ନେହ ଓ ସମ୍ମାନ ଜଣାଉଛି। ପୂରା ଦେଶର ଦୃଷ୍ଟି ୱାୟନାଡ ଉପରେ ରହିଛି ବୋଲି ରାହୁଲ ଗାନ୍ଧି କହିଛନ୍ତି।
ପ୍ରକାଶ ଥାଉକି, ୱାୟନାଡରେ ପ୍ରବଳ ବର୍ଷା ପରେ ଭୂସ୍ଖଳନ ଘଟି ପାଞ୍ଚଟି ଗାଁ ପ୍ରାଭାବିତ ହୋଇଛି। ଏଥିରେ ପାଖାପାଖି 300 ଲୋକଙ୍କ ଜୀବନ ଗଲାଣି। ଏବେ ବି ମାଟି ଅତଡ଼ା ତଳେ ଶତାଧିକ ଲୋକ ଫସି ରହିଥିବା ଆଶଙ୍କା କରାଯାଉଛି। ଜାତୀୟ ଓ ରାଜ୍ୟ ବିପର୍ଯ୍ୟୟ ମୁକାବିଲା ଟିମ୍ ସମେତ ସ୍ୱେଚ୍ଛାସେବୀ ସଂଗଠନ ଉଦ୍ଧାରକାର୍ଯ୍ୟ ଜାରି ରଖିଛନ୍ତି।

ad-week
Leave A Reply

Your email address will not be published.