ବିବାଦରେ ଜାମିଆ ମିଲିଆ ବିଶ୍ୱବିଦ୍ୟାଳୟ

add-all

ନୂଆଦିଲ୍ଲୀ: ଦେଶର ପ୍ରସିଦ୍ଧ ବିଶ୍ୱବିଦ୍ୟାଳୟ ଜାମିଆ ମିଲିଆ ଇସଲାମିଆକୁ ନେଇ ବିବାଦ ଦେଖାଦେଇଛି । ଏଠାକାର କେତେକ ପ୍ରଫେସର ସେଠାରେ କାମ କରୁଥିବା ବାଲ୍ମିକି ସମ୍ପ୍ରଦାୟର ଜଣେ ବ୍ୟକ୍ତିଙ୍କୁ ବଳପୂର୍ବକ ଧର୍ମ ପରିବର୍ତ୍ତନ ପାଇଁ ଚାପ ପକାଇବା ସହ ଜାତିଗତ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ବାଲ୍ମିକି ସମାଜ ପକ୍ଷରୁ ରବିବାର (ଅଗଷ୍ଟ ୪) ଜନ୍ତରମନ୍ତରଠାରେ ବିକ୍ଷୋଭ ପ୍ରଦର୍ଶନ କରାଯିବ।
ବାଲ୍ମିକି ଚୌଧୁରୀ ସରପଞ୍ଚ କମିଟି ଦିଲ୍ଲୀ ପକ୍ଷରୁ ଏକ ପ୍ରେସ୍ ବିଜ୍ଞପ୍ତି ଜାରି କରାଯାଇଛି। ଏଥିରେ କୁହାଯାଇଛି ଯେ ରାମ ନିବାସ ସିଂହ ଜାମିଆ ମିଲିଆ ଇସଲାମିଆରେ ସହାୟକ ଭାବେ କାମ କରନ୍ତି। ଯେଉଁମାନେ ଅନୁସୂଚିତ ଜାତି ବାଲ୍ମିକି ସମ୍ପ୍ରଦାୟର ଅଟନ୍ତି । ଯେଉଁଠି ଗତ ୨ ବର୍ଷ ଧରି ରାମନିବାସଙ୍କୁ ନିର୍ଯାତନା ଦିଆଯାଉଛି। ରାମ ନିବାସ ବିରୋଧରେ ଜାତିବାଦୀ ଶବ୍ଦ ପ୍ରୟୋଗ କରାଯାଉଛି। ଏଭଳି ସ୍ଥିତିରେ ରାମ ନିବାସ ଉପରେ ଧର୍ମ ପରିବର୍ତ୍ତନ ପାଇଁ ଚାପ ପକାଯାଇଥିଲା। ମନା କରିବାରୁ ତାଙ୍କୁ ମିଥ୍ୟା ମାମଲାରେ ଫସାଇଦେବାକୁ ଧମକ ଦେଇଥିଲେ। ଏଭଳି ପରିସ୍ଥିତିରେ ଏହି ସଂଗଠନ ପକ୍ଷରୁ ତିନି ଜଣ ପ୍ରଫେସରଙ୍କୁ ବିଶ୍ୱବିଦ୍ୟାଳୟରୁ ହଟାଇବା ଦାବିରେ ବିକ୍ଷୋଭ ପ୍ରଦର୍ଶନ କରାଯିବ।

ad-week
Leave A Reply

Your email address will not be published.