ଶାନ୍ତ ରହିବାକୁ ଚେଷ୍ଟା କରୁଥିଲି, କିନ୍ତୁ ନର୍ଭସ୍ ଥିଲି – ମନୁ ଭାକର

add-all

ନୂଅଦିଲ୍ଲୀ : ଭାରତୀୟ ସୁଟର ମନୁ ଭାକର ଆଜି ୨୫ ମିଟର ବନ୍ଧୁକ ଚାଳନା ଫାଇନାଲରେ ଟିକେ ନର୍ଭସ୍ ଅନୁଭବ କରିଥିବା ସ୍ୱୀକାର କରିଛନ୍ତି। ଚତୁର୍ଥ ସ୍ଥାନରେ ରହି ପ୍ୟାରିସ ଅଲିମ୍ପିକ୍ସରେ ତୃତୀୟ ବ୍ୟକ୍ତିଗତ ପଦକ ପାଇବାରୁ ବଞ୍ଚିତ ହୋଇଛନ୍ତି ମନୁ ଭାକର। ୨୨ ବର୍ଷୀୟ ମନୁ ପୂର୍ବରୁ ମହିଳା ୧୦ ମିଟର ଏକକ ଏବଂ ୧୦ ମିଟର ଦଳଗତ ଇଭେଣ୍ଟରେ ସର୍ବଜୋତ ସିଂହଙ୍କ ସହ ଭାଗିଦାରୀ କରି ଦୁଇଟି କାଂସ୍ୟ ପଦକ ଜିତିଥିଲେ।
ଆଜିର ପ୍ରଦର୍ଶନ ନେଇ ସେ କହିଛନ୍ତି, ‘ମୁଁ ପ୍ରକୃତରେ ନର୍ଭସ ହୋଇଯାଇଥିଲି, କିନ୍ତୁ ପୁଣି ଥରେ, ମୁଁ ଶାନ୍ତ ରହିବା ଏବଂ କେବଳ ମୋର ଶ୍ରେଷ୍ଠ ପ୍ରଦର୍ଶନ କରିବାକୁ ଚେଷ୍ଟା କରୁଥିଲି। କିନ୍ତୁ ତାହା ଯଥେଷ୍ଟ ନ ଥିଲା।’ ୨୮ ସ୍କୋର କରିବା ପରେ ମନୁ ନିରାଶ ହୋଇଥିଲେ ମଧ୍ୟ ଶେଷ କାଂସ୍ୟ ପଦକ ବିଜେତା ହଙ୍ଗେରୀର ଭେରୋନିକା ମେଜରଙ୍କ ଠାରୁ ପରାସ୍ତ ହୋଇଥିଲେ।
ମନୁ ଭାକର କହିଛନ୍ତି ଯେ ସେ ସାମାଜିକ ଗଣମାଧ୍ୟମରୁ ଦୂରେଇ ରହିଥିଲେ ଏବଂ ଫୋନ୍ ଚେକ୍ କରୁ ନ ଥିଲେ। ସେ କହିଛନ୍ତି, ସେ ସର୍ବୋତ୍ତମ ଚେଷ୍ଟା କରିଥିଲେ ଏବଂ ଭଲ ପ୍ରଦର୍ଶନ କରିବାକୁ ଚେଷ୍ଟା କରିଥିଲେ। ସେ କହିଛନ୍ତି, ଅଧିକାଂଶ ଇଭେଣ୍ଟରେ ମୁଁ ଭଲ ପ୍ରଦର୍ଶନ କରିବାରେ ସକ୍ଷମ ହୋଇଥିଲି ଏବଂ ଏଥିରେ ମୁଁ ସେତେଟା ଭଲ ପ୍ରଦର୍ଶନ କରିପାରିନଥିଲି। ମୋ ମ୍ୟାଚ୍ ସରିବା କ୍ଷଣି ମୁଁ ଭାବୁଥିଲି, ‘ଠିକ୍ ଅଛି, ପରବର୍ତ୍ତୀ ଥର’, ୨୦୨୮ ଲସ୍ ଆଞ୍ଜେଲସ୍ ଅଲିମ୍ପିକ୍ସ ଉପରେ ନଜର ରଖିଥିବା ମନୁ କହିଛନ୍ତି।

ad-week
Leave A Reply

Your email address will not be published.