ବିଶ୍ୱ ଖାଦ୍ୟ ସୁରକ୍ଷାର ସମାଧାନ ଉପରେ କାମ କରୁଛି ଭାରତ – ପ୍ରଧାନମନ୍ତ୍ରୀ ମୋଦୀ

add-all

ନୂଅଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ଭାରତ ଏବେ ଖାଦ୍ୟ ବଳକା ଦେଶ ଏବଂ ବିଶ୍ୱ ଖାଦ୍ୟ ସୁରକ୍ଷାର ସମାଧାନ ଦିଗରେ କାର୍ଯ୍ୟ କରୁଛି। ଆଜି କୃଷି ଅର୍ଥଶାସ୍ତ୍ରୀଙ୍କ ଅନ୍ତର୍ଜାତୀୟ ସମ୍ମିଳନୀକୁ ସଂବୋଧିତ କରି ଶ୍ରୀ ମୋଦୀ କହିଛନ୍ତି ଯେ, କୃଷକଙ୍କ ଜୀବନରେ ସୁଧାର ଆଣିବା ନିମନ୍ତେ କୃଷି କ୍ଷେତ୍ରକୁ ମଜବୁତ କରାଯାଉଛି। ନୂଆଦିଲ୍ଲୀରେ ଅନ୍ତର୍ଜାତୀୟ କୃଷି ଅର୍ଥଶାସ୍ତ୍ରୀ ପରିଷଦର ୩୨ତମ ଅଧିବେଶନର ଉଦଘାଟନ କରି ପ୍ରଧାନମନ୍ତ୍ରୀ ମୋଦି ୬୫ ବର୍ଷ ପରେ ଭାରତରେ କୃଷି ଅର୍ଥଶାସ୍ତ୍ରୀଙ୍କ ସମ୍ମିଳନୀର ଆୟୋଜନ କରିବା ଏକ ମହାନ ଅବସର ବୋଲି କହିଛନ୍ତି। ସେ କହିଛନ୍ତି ଯେ, ଗତ ଥର କୃଷି ଅର୍ଥଶାସ୍ତ୍ରୀଙ୍କ ସମ୍ମିଳନୀ ଏଠାରେ ସେତେବେଳେ ହୋଇଥିଲା, ଯେତେବେଳେ ଭାରତକୁ ନୂଆ ନୂଆ ସ୍ୱାଧୀନତା ମିଳିଥିଲା। ସେ କହିଛନ୍ତି, ଆଜି ଭାରତ କ୍ଷୀର, ଡାଲି ଓ ମସଲାର ସବୁଠୁ ବଡ ଉତ୍ପାଦକ ଅଟେ। ଦିନେ ସମୟ ଏଭଳି ଥିଲା ଯେତେବେଳେ ଭାରତର ଖାଦ୍ୟ ସୁରକ୍ଷା ଦୁନିଆର ଚିନ୍ତାର ବିଷୟ ଥିଲା, ଏବଂ ଆଜିର ସମୟ, ଯେତେବେଳେ ଭାରତ ବିଶ୍ୱ ଖାଦ୍ୟ ସୁରକ୍ଷା, ବିଶ୍ୱ ପୋଷଣ ସୁରକ୍ଷାର ସମାଧାନ ଦେବାରେ ଲାଗିଛି।

ad-week
Leave A Reply

Your email address will not be published.