ଆବାସିକ କଲେଜରେ ଛାତ୍ରକୁ ମାଡ଼, ଅପମାନ ସହିନପାରି ଆତ୍ମହତ୍ୟା ଉଦ୍ୟମ କରୁଥିବା ନେଇ ଅଭିଯୋଗ ରଖିଲେ ପରିବାର ସଦସ୍ୟ…

add-all

ମାଲକାନଗିରି : ମାଲକାନଗିରି ଆବାସିକ କଲେଜରେ ଛାତ୍ରଙ୍କୁ ମାଡ଼ ,ଅପମାନ ସହିନପାରି ଆତ୍ମହତ୍ୟା ଉଦ୍ୟମ । ଏହିଭଳି ଏକ ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ସଦର ମହକୁମାରେ ଥିବା ଘଡେଇ ଆବାସିକ ମହାବିଦ୍ୟାଳୟରେ ।
ବିଦ୍ୟାଳୟରେ ପାଠ ପଢ଼ୁଥିବା ପ୍ରୀୟାଂଶୁ ସୁନା ଦଶମ ଶ୍ରେଣୀର ଛାତ୍ର ହୋଇଥିବା ବେଳେ ମହବିଦ୍ୟାଳୟର ଜଣେ ଶିକ୍ଷକ ଓ ସେଠାରେ କାର୍ଯ୍ୟରତ ବିଦ୍ଯୁତ କର୍ମଚାରୀଙ୍କ ନିସ୍ତୁକ ମାଡ ପରେ ହଷ୍ଟେଲ ଛାଡି ରାତିରେ ଦଶମ ଶ୍ରେଣୀ ଛାତ୍ର ପ୍ରୀୟାଂଶୁ ପଳାୟନ କରିଥିବା ଖବର ମିଳିଥିଲା । ସୂଚନା ଅନୁଯାୟୀ ଆତ୍ମହତ୍ୟା ଉଦ୍ୟମ କରୁଥିବା ବେଳେ ପୋଲିସ ସହାୟତାରେ ପରିବାର ଲୋକେ ଯୁବକଙ୍କୁ ଉଦ୍ଧାର କରିବା ସହ ସତିଗୁଡା ଜଳ ଭଣ୍ଡାର ନିକଟରୁ ପରିବାର ଲୋକେ ଘରକୁ ଫେରାଇ ଆଣିଥିଲେ । ଘଟଣା ପାଇଁ ଘଡେଇ ଆବାଶିକ ମହାବିଦ୍ୟାଳୟକୁ ପରିବାର ଲୋକେ ଦାୟି କରିବା ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ପୋଲିସ ନିକଟରେ ଦାବି କରିଛନ୍ତି । ତେବେ ଏହି ଘଟଣା ବାବଦରେ ଜାଣିବା ପାଇଁ ଘଡେଇ ଆବାଶିକ ମହାବିଦ୍ୟାଳୟର କତୃପକ୍ଷଙ୍କ ସହ ଯୋଗାଯୋଗ କରିବାରୁ ସେ କହିଛନ୍ତି ଯେ ଉକ୍ତ ଛାତ୍ର ଜଣକ ପୂର୍ବ ବର୍ଷ ହଷ୍ଟେଲ ରୁ ଯାଇ ଏକ ଦୋକାନରୁ ଚୋରିକରି ଧରାପଡିବା ପରେ ତାଙ୍କ ପରିବାର ବର୍ଗଙ୍କୁ ଡକାଇ ଘରକୁ ଫେରେଇ ନେବାକୁ କହିଥିଲେ , କିନ୍ତୁ ପରିବାର ପକ୍ଷରୁ ଛାତ୍ରର ଭବିଷ୍ୟତ କୁନେଇ ପୁର୍ନର୍ବାର ହଷ୍ଟେଲ ରଖି ଶିକ୍ଷା ଦାନଦେବାକୁ ନିବେଦନ କରିଥିଲେ । କିନ୍ତୁ ଗତକାଲି ପୁନର୍ବାର ଉକ୍ତ ଛାତ୍ର ଜଣକ ହଷ୍ଟେଲ ଛାଡି ମେଡିକାଲ ନିକଟରେ ଗୁଟଖା ଖାଉଥିବା ଦେଖି ହଷ୍ଟେଲ କର୍ମଚାରୀ ତାଗିଦ କରିବା ସହ ହଷ୍ଟେଲ କୁ ଫେରାଇ ଆଣିଥିଲେ । ସଂଗେ ସଂଗେ ପୁନର୍ବାର ତାଙ୍କ ପରିବାରଙ୍କୁ ଡକାଇ ଆଲୋଚନା କରିବା ସମୟରେ ଉକ୍ତ ଛାତ୍ର ଜଣକ ହଷ୍ଟେଲ ଛାଡି ଚାଲିଯାଇଥିଲେ । ଅନ୍ୟ ଉପାୟ ନ ପାଇ ଏ ବାବଦରେ ଆବାସିକ କଲେଜ ପକ୍ଷରୁ ଆଦର୍ଶ ଥାନାରେ ଏତଲା ଦିଆଯାଇ ଥିଲା । ପରେ ପରିବାର ଲୋକେ ଅଧିକ ଖୋଜା ଖୋଜି କରିବା ସହ ଛାତ୍ରଙ୍କୁ ମାଡ଼ ମରାଯାଇଥିବା ଏବଂ ଛାତ୍ର ଅପମାନ ସହି ନପାରି ଆତ୍ମହତ୍ୟା କରିଥିବା ଓ ପୋଲିସ ସହାୟତାରେ ଉଦ୍ଧାର କୁ ନେଇ ଅଭିଯୋଗ ବଢ଼ିଥିଲେ ପରିବାର ଲୋକେ ଏହିସବୁ ଅଭିଯୋଗ ବାବଦରେ ଘଟଣାର ଉପଯୁକ୍ତ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପରିବାର ପକ୍ଷରୁ ଦାବି କରାଯାଇଛି ବୋଲି ସୁଚନା ରହିଛି ।

ad-week
Leave A Reply

Your email address will not be published.