ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନ ସହାୟତା ବଣ୍ଟନ…

add-all


ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା ଜିଲ୍ଲାପାଳ ଙ୍କ ଆବାସିକ କାର୍ଯ୍ୟାଳୟ ଠାରେ ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ସହାୟତା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲାପାଳ ଡ଼ଃ କମଲୋଚନ ମିଶ୍ର ଉପସ୍ଥିତ ରହି ମୃତ୍ୟୁ କାଳୀନ ସହାୟତା, ଶିକ୍ଷା ସହାୟତା,ପ୍ରସୁତି କାଳୀନ ସହାୟତା ଓ ବିବାହ ସହାୟତା‌ ଓ ଅନ୍ୟାନ୍ୟ ସହାୟତା ରାଶି ବାବଦକୁ ମୋଟ ଟ୧,୫୨,୪୩,୨୦୦ଙ୍କା ହିତାଧିକାରୀମାନଙ୍କୁ ଡେମୋ ଚେକ୍ ଆକାରରେ ପ୍ରଦାନ କରିବା ସହ ସଂପୂର୍ଣ୍ଣ ସହାୟତା ରାଶି ହିତାଧିକାରୀ ଙ୍କ ବ୍ୟାଙ୍କ ଆକାଉଣ୍ଟ କୁ ସିଧାସଳଖ ପ୍ରେରଣ କରିଥିଲେ।ପ୍ରକାଶ ଯୋଗ୍ୟ କି ମୃତ୍ୟୁ କାଳୀନ ସହାୟତା ୫୧ ଜଣଙ୍କୁ ୨ ଲକ୍ଷ ଲେଖାଏଁ, ବିବାହ ସହାୟତା ୬୭ ହିତାଧିକାରୀ ଙ୍କୁ ୫ ହଜାର ଟଙ୍କା ଲେଖାଏ, ଶିକ୍ଷା ସହାୟତା ୮୩ ହିତାଧିକାରୀ ଙ୍କୁ ମୋଟ ଟ୫,୧୩,୨୦୦ଙ୍କା ପ୍ରସୂତି କାଳୀନ ସହାୟତା ୭୯ ହିତାଧିକାରୀ ଙ୍କୁ ୧୦ ହଜାର ଟଙ୍କା ଲେଖାଏ ଏପରି ଭାବେ ମୋଟ ୩୫୮ ହିତାଧିକାରୀ ଙ୍କୁ ସହାୟତା ରାଶି ଯୋଗାଇ ଦିଆଯାଇଛି ।ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଶ୍ରମ ଆଯୁକ୍ତ କୁବେର ବେହେରା ଓ ଜିଲ୍ଲା ଶ୍ରମ ଅଧିକାରୀ ଛୋଟ ରାୟ ଟୁଡୁ ଉପସ୍ଥିତ ଥିଲେ। ନିର୍ମାଣ ଶ୍ରମିକ ହିତାଧିକାରୀମାନେ ଓ ନିର୍ମାଣ ଶ୍ରମିକ ସଂଘ , ଅତିରିକ୍ତ ଶ୍ରମ ଅଧିକାରୀ ରାୟ ଟୁଡୁ,ପଦ୍ମଚରଣ ପଣ୍ଡା , ମିନା କୁମାରି ମାଝୀ, ମାନସ ରଞ୍ଜନ ଖୋସଲା, ସଂଗ୍ରାମ ଭୂମିଆ, ଡବ୍ଲୁସି କେ. ଦିଲେଶ୍ୱର ରାଓ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ ।

ad-week
Leave A Reply

Your email address will not be published.