ପ୍ରଥମ ଥର ପାଇଁ ଶିକ୍ଷା ବିଭାଗ ପକ୍ଷରୁ ହିନ୍ଦି ସାହିତ୍ୟ କୋକିଳl ପତ୍ରିକା ଉନ୍ମୋଚିତ…

add-all


ନବରଙ୍ଗପୁର : ସ୍ଥାନୀୟ ରାଜା ଚୈତନ୍ୟ ଦେବ ଉଚ୍ଚ ବିଦ୍ୟାଳୟ ଠାରେ ଜିଲ୍ଲା ଶିକ୍ଷା ଅଧିକାରୀ ଛତ୍ରପତି ସାହୁଙ୍କ ଦ୍ଵାରା ଶିକ୍ଷା ବିଭାଗ ତରଫରୁ ପ୍ରଥମ ଥର ପାଇଁ ଏକ ହିନ୍ଦୀ ପତ୍ରିକା ନବରଙ୍ଗପୁର ସାହିତ୍ୟ କୋକିଳା ଉନ୍ମୋଚିତ ହୋଇଛି।ଏହି କାର୍ଯ୍ୟକ୍ରମ ରେ କେନ୍ଦ୍ରୀୟ ହିନ୍ଦୀ ସଂସ୍ଥାନ ହାଇଦ୍ରାବାଦ ର ସହକାରୀ ପ୍ରଫେସର ଡକ୍ଟର ଚନ୍ଦ୍ର ପ୍ରତାପ ସିଂ, ଭୁବନେଶ୍ୱର ଆଞ୍ଚଳିକ ହିନ୍ଦୀ ସଂସ୍ଥାନ ର ନିର୍ଦ୍ଦେଶକ ଡକ୍ଟର ରଞ୍ଜନ କୁମାର ଦାସ, ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଡକ୍ଟର ରେଶମ ଲାଲ ନାୟକ ଓ ଜିଲ୍ଲା ବିଜ୍ଞାନ ପରିଦର୍ଶକ ଚିତ୍ତରଞ୍ଜନ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ। ନବରଙ୍ଗପୁର ଜିଲ୍ଲାର କଳା, ସଂସ୍କୃତି ଓ ପରମ୍ପରା କୁ ନେଇ ପତ୍ରିକା ରେ ମୋଟ ୬୪ ଗୋଟି କବିତା, ଗଳ୍ପ ଓ ପ୍ରବନ୍ଧ ସ୍ଥାନିତ ହୋଇଅଛି। ପତ୍ରିକା ଟି ଜିଲ୍ଲାର ଛାତ୍ରୀଛତ୍ର ମାନଙ୍କ ମଧ୍ୟରେ ହିନ୍ଦୀ ଭାଷା ପ୍ରତି ଆଗ୍ରହ ସୃଷ୍ଟି କରିବା ସହିତ ହିନ୍ଦୀ ଭାଷାର ପ୍ରଚାର ପ୍ରସାର ଦିଗରେ ସହାୟକ ହୋଇ ପାରିବ ବୋଲି ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ସାହୁ ପ୍ରକାଶ କରିଥିଲେ।
ଜିଲ୍ଲା ର ମାଧ୍ୟମିକ ବିଦ୍ୟାଳୟ ର ହିନ୍ଦୀ ଶିକ୍ଷକ ମାନଙ୍କ ଏକ ୧୦ ଦିନିଆ ତାଲିମ ଶିବିର ଜିଲ୍ଲା ଶିକ୍ଷା ବିଭାଗ ତରଫରୁ ଆୟୋଜନ କରାଯାଇଥିଲା ଓ ଆଜି ଶିବିର ର ଉଦଯାପନୀ ଉତ୍ସବ ଅନୁଷ୍ଠିତ ହେଉଥିଲା। ଶିକ୍ଷୟତ୍ରୀ ଶିଳ୍ପୀ ପଟ୍ଟନାୟକ ମଞ୍ଚ ପରିଚାଳନା କରିଥିଲେ।

ad-week
Leave A Reply

Your email address will not be published.