କିନ୍ନରମାନଙ୍କୁ ସହାୟତା ନିମନ୍ତେ ଜିଲ୍ଲା ପ୍ରଶାସନ ଅଣ୍ଟା ଭିଡ଼ିଲା

add-all

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସୁଧାଂଶୁ ପାତ୍ର ଙ୍କ ଅଧ୍ୟକ୍ଷତାରେ ଜିଲ୍ଲା କିନ୍ନର ସଂଘର ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ କୌଶଳ ପ୍ରଶିକ୍ଷଣ ନିମନ୍ତେ ଆଲୋଚନା ହୋଇଥିଲା। ସରକାରଙ୍କ ବିଭିନ୍ନ ଯୋଜନା ଅନୁଯାୟୀ କିନ୍ନର ମାନେ କିପରି ସ୍ବାବଲମ୍ବୀ ହୋଇପାରିବେ ସେ ସମ୍ପର୍କରେ ଆଲୋଚନା ହୋଇଥିଲା। ସିଲେଇ, କଣ୍ଢେଇ ତିଆରି, ଏଲ ଇ ଡି ବଲବ୍ ତିଆରି ଇତ୍ୟାଦି ଅନେକ ଯୋଜନା ରେ କିନ୍ନର ମାନେ କିପରି ପ୍ରଶିକ୍ଷଣ ନେବେ ଏବଂ ସରକାରଙ୍କ ନିୟମ ଅନୁଯାୟୀ ଭତ୍ତା ପ୍ରଦାନ ସମ୍ପର୍କରେ ଶ୍ରୀ ପାତ୍ର ବିସ୍ତୃତ ଭାବରେ ଆଲାଚୋନା କରିଥିଲେ। ଏହି ଅବସରରେ ଜିଲ୍ଲା କର୍ମ ନିୟୋଜନ ଅଧିକାରୀ ଏବଂ ଜିଲ୍ଲା କିନ୍ନର ସଂଘର ଅଧକ୍ଷ ମନୋଜ କୁମାର ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିବା ବେଳେ କିନ୍ନର ସଂଘର ସଭାପତି କାଜଲ କିନ୍ନର, ସମ୍ପାଦକ ଚୁମକି କିନ୍ନର, ଉପସଭାପତି ସନା କିନ୍ନର, କୋଷାଧ୍ୟକ୍ଷ ଗୂଗୁ କିନ୍ନର ସମେତ ବିଭିନ୍ନ ବ୍ଲକରୁ ଆସିଥିବା କିନ୍ନର ସଂଘର ସଭ୍ୟ ମାନେ ଉପସ୍ଥିତ ଥିଲେ।

ad-week
Leave A Reply

Your email address will not be published.