ଗଞ୍ଜାମ ଜିଲ୍ଲାରେ ଏବେ ୱାର୍ଡ ମେମ୍ବର, ଓ କାଉନସିଲର ମାନଙ୍କ ପୁଷ ମାସ : ଅନସ୍ଥା ପ୍ରସ୍ତାବ ଆଣିବା ଭୟ ସଞ୍ଚାର କରି ଅର୍ଥ ଆଦାୟ ଯୋଜନା ..!

add-all


ଵ୍ରହ୍ମପୁର: ୪-୮ ରାଜ୍ୟରେ ନୂତନ ସରକାର ଆସିବା ପରେ ବିଜେପି ବିଜେଡ଼ି ମଧ୍ୟରେ କାଦୁଅ ଫିଙ୍ଗା ଫିଙ୍ଗି ଆରମ୍ଭ ହେବା ସହ ଉଭୟ ଦଳ ଭିତରେ ତିକ୍ତତା ବୃଦ୍ଧି ପାଇଛି। ଯେଉଁ ଯେଉଁ ସ୍ଥାନରେ ଅଧକ୍ଷା ଅଧକ୍ଷ ପଦଵୀ ବିଜେଡ଼ି ର ହାତରେ ରହିଛି। ସେହି ସ୍ଥାନରେ ବିଜେପି କୁଆଡ଼େ ବିଜେଡ଼ି ଦଳର କିଛି ନିର୍ବାଚିତ ୱାର୍ଡମେମ୍ବର ମାନଙ୍କୁ ହାତ ବାରିସି କରି ଅର୍ଥର ଲୋଭ ଦେଖାଇ ଥିବା ନେଇ ସବୁଆଡ଼େ ଚର୍ଚ୍ଚା ହେଉଛି। ଏହାର ସୁଯୋଗ ନେଇ କିଛି ୱାର୍ଡ ମେମ୍ବର ଅର୍ଥ ଆଶାରେ ଅନାସ୍ଥା ପ୍ରସ୍ତାବ ଆଣିବା ଆଳରେ ଗୁପ୍ତ ବୈଠକ କରୁଥିବା ଆଲୋଚନା ହେଉଛି। ଏଭଳି ପରିସ୍ଥିତି ରେ ଗଞ୍ଜାମ ଜିଲ୍ଲାରେ ଆଇନ ଶୃଙ୍ଖଳା ବିଗିଡିବାର ସମ୍ଭାବନ ରହିଥିବା ରାଜନୈତିକ ପର୍ଯ୍ୟବେକ୍ଷକ ମହଲ ରେ ଚର୍ଚ୍ଚା ହେଉଛି। ଅନସ୍ଥା ଭୟରେ ଥିବା ବିଜେଡ଼ି ର ଅଧକ୍ଷା ଅଧକ୍ଷ ପଦବୀ ରେ ବ୍ୟକ୍ତି ବିଶେଷ ନିଜ ନିଜର ରଣ କୌଶଳ ଅବଲମ୍ବନ କରି ନିଜ ନିଜ ସପକ୍ଷରେ ଦଳରୁ ନିର୍ବାଚିତ ହୋଇଥିବା ଓ ସ୍ଵଧୀନ ୱାର୍ଡ ମେମ୍ବର ଯୋଗାଡ଼ କରିବା କୁ ପ୍ରୟାସ ଆରମ୍ଭକରି ଦେଇଥିବା ଚର୍ଚ୍ଚା ହେଉଛି। ଏହି ଅନସ୍ଥା ରେ ବିଜେଡ଼ି ନା ବିଜେପି ବାଜି ମାରୁଛି ଦେଖିବାକୁ ବାକି ରହିଲା। ଦଳୀୟ ସଙ୍କେତ ରୁ ନିର୍ବାଚିତ ହୋଇ ଦଳ ବିରୋଧ କରୁଥିବା ବ୍ୟକ୍ତି ବିଶେଷ ଙ୍କ ପ୍ରତି ଦଳ କି ପଦକ୍ଷେପ ନେଉଛି ସମୟ କହିବ ବୋଲି ଚର୍ଚ୍ଚା ହେଲାଣି। ଏଠାରେ ସୂଚନା ଥାଉକି ପଡୋଶୀ ଜିଲ୍ଲା କନ୍ଧମାଳ ର ଫୁଲବାଣୀ ସହର ରେ ଥିବା ମୁନିସିପାଲିଟି ଅଧକ୍ଷା ଖୋଦ ବିଜେପି ଦଳର ଅନାସ୍ଥା ପ୍ରସ୍ତାବ ରେ ହାରିବା ପରେ ବିଜେପି ଏକ ରକମ ରକ୍ତ ମୁଖା ପାଲଟିଛି କହିଲେ କିଛି ଭୁଲ ହେବ ନାହିଁ l ତେଣୁ ବିଜେଡି ଅଧୀନରେ ଥିବା ବ୍ଲକ, ଏନ ଏ ସି, ମୁନିସିପାଲିଟି, ଏବଂ ମହାନଗର ନିଗମ ଉପରେ ବିଜେପି ର ଦୃଷ୍ଟି, କଳ ବଳେ କୌଶଳ ଅବଲମ୍ବନ କରି ଅନାସ୍ଥା ପ୍ରସ୍ତାବ ଆଣିବାକୁ ସୁଯୋଗ ଖୋଜୁଛି l ଏଥିରେ କାଉନସିଲର, ଏବଂ ସମିତି ସଭ୍ୟ ମାନଙ୍କ ପାଇଁ ପୁଷ ମାସ ଆସିଯାଇଛି l ଅଧକ୍ଷା ଅଧକ୍ଷ ଙ୍କ ନାମର ଅନସ୍ଥା ଆଣିବା ଭୟ ସଞ୍ଚାର କରି ଅର୍ଥ ଆଦାୟ କରିବା କୁ ନେଇ ଅଭିଯୋଗ ଆସୁଛି, ଯାହାକି ଯଦି ଏହା ସତ ତେବେ ସାଙ୍ଘାତିକ ଏବଂ ଗଣତନ୍ତ୍ର ପାଇଁ ବିପଦ ମଧ୍ୟ l ଆଉ ୨ ବର୍ଷ ପରେ ପଞ୍ଚାୟତ ନିର୍ବାଚନ ଏବଂ ତା ପରେ ପୌର ନିର୍ବାଚନ ତେଣୁ ତାହା ପୂର୍ବରୁ ଅନାସ୍ଥା ପ୍ରସ୍ତାବ ଭୟ ନେତାଙ୍କୁ ଘାରିଲାଣି, ଏବଂ ଏହାକୁ ନେଇ ଗାଁ ରୁ ସହର ଯାଏ ରାଜନୈତିକ ଉଷ୍ମତା ବଢିବା ସହିତ କିଛି ମୁଣ୍ଡ ବି ଗଡ଼ିବା ସମ୍ଭାବନା କୁ ଏଡାଇ ଦେଇ ହେବନି ତେଣୁ ପୋଲିସ ଗୋଇନ୍ଦା ବିଭାଗ ତୀକ୍ଷ୍ଣ ଦୃଷ୍ଟି ଦେବାକୁ ବୁଦ୍ଧିଜୀବୀ ଓ ସାଧାରଣ ରେ ଦାବି ହେଉଛି l

ad-week
Leave A Reply

Your email address will not be published.