ଆସିକା ବିଜ୍ଞାପିତ ଅଞ୍ଚଳ ପରିଷଦ ର ଫେବର ରାସ୍ତା କାମରେ ମହା ଦୁର୍ନୀତି : ବଟି ନେଇ ଚେଇଁ ଶୋଇଛନ୍ତି ବାବୁ…!

add-all


ବ୍ରହ୍ମପୁର:୪-୮ଆସିକା ବିଜ୍ଞାପିତ ଅଞ୍ଚଳ ପରିଷଦ ର ତ୍ରୁଟିପୂର୍ଣ୍ଣ ଓ ନିମ୍ନ ମାନର ରାସ୍ତା ନିର୍ମାଣ ଯୋଗୁଁ ଦୁର୍ଘଟଣା ବଢୁଛି। ଗତ ସାଧାରଣ ନିର୍ବାଚନ ପୂର୍ବରୁ ତରବରିଆ ଭାବେ କଂକ୍ରିଟ ରାସ୍ତା ଉପରେ ଫେବର ରୋଡ଼ ନିର୍ମାଣ କରାଯାଇଥିଲା। ସେ ସମୟରେ ନିସର୍ତ୍ତ ରେ ନିମ୍ନ ମାନର କାର୍ଯ୍ୟ ସାଙ୍ଗକୁ ଅନଭିଜ୍ଞ ଠିକାଦାର ଏହି ଫେବର ରୋଡ଼ ନିର୍ମାଣ ସମ୍ପର୍କ ରେ ଖବର ପ୍ରକାଶ ହୋଇଥିଲା। ନିମ୍ନ ମାନର କାର୍ଯ୍ୟ ସମ୍ପର୍କ ରେ ଏ.ଏନ.ସି ବଡ଼ ବାବୁଙ୍କ ଦୃଷ୍ଟି ଆକର୍ଷଣ ସାଙ୍ଗକୁ ଜିଲ୍ଲାପାଳଙ୍କୁ ବି ୱାର୍ଡ଼ମେମ୍ବର ମାନେ ଅଭିଯୋଗ କରିଥିଲେ। ବାବୁ ଅତି ସହଜ ରେ କାର୍ଯ୍ୟ ଠିକ ଠାକ ଚାଲୁଥିବା ନେଇ ସଫେଇ ଦେଇଥିଲେ। କାର୍ଯ୍ୟ ହେବାର ସ୍ୱଳ୍ପ ମାସ ମଧ୍ୟରେ ଆସିକା ଆରର୍ବାନ ବ୍ୟାଙ୍କ ରୋଡ଼ ର ଏହି ଫୋଟ ର ନଗ୍ନ ନମୁନା ଦେଖିବାକୁ ମିଳିଛି। ଦୀର୍ଘ ଦୁଇ ମାସ ହେଲା ଏଭଳି ଗର୍ତ୍ତ ବିଭିନ୍ନ ୱାର୍ଡ଼ ରେ ସୃଷ୍ଟି ହୋଇ ରୀତିମତ ଦୁର୍ଘଟଣା ଘଟୁଛି। ବର୍ଷା ହୋଇ ଉକ୍ତ ଗର୍ତ୍ତ ରେ ପାଣି ଜମିରହିବା ଫଳରେ ଯାନବାହାନ ରେ ଯାଉଥିବା ଲୋକେ ଦୁର୍ଘଟଣା ର ଶିକାର ହେଉଛନ୍ତି। ଏହି ଦୁର୍ନୀତି ରେ ସମ୍ପୃକ୍ତି ଥିବା ବାବୁ ଓ ଠିକାଦାର ମାନଙ୍କ ପ୍ରତି ଦୃଢ଼ କାର୍ଯ୍ୟାନୁଷ୍ଠାନ କରିବାକୁ ଅଞ୍ଚଳ ବାସୀ ଦାବୀ କରିଛନ୍ତି। ଯୁଦ୍ଧ କାଳୀନ ଭିତ୍ତିରେ ଫେବର ରୋଡ଼ ରେ ହୋଇଥିବା ଗର୍ତ୍ତ ଗୁଡ଼ିକୁ ନିର୍ମାଣ ଓ ମରାମତି କରିବାକୁ ସଚେତନ ମହଲ ରୁ ଦାବୀ ହେଉଛି।

ad-week
Leave A Reply

Your email address will not be published.