CBI ଗିରଫଦାରୀ ବିରୁଦ୍ଧରେ କେଜ୍ରିୱାଲଙ୍କ ଆବେଦନ ଖାରଜ

add-all

CBI ଗିରଫଦାରୀ ବିରୁଦ୍ଧରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କରିଥିବା ଆବେଦନ ଖାରଜ ହୋଇ ଯାଇଛି। ଆଜି ଦିଲ୍ଲୀ ହାଇକୋର୍ଟ ଏହି ଆବେଦନକୁ ଖାରଜ କରି ଦେଇଛନ୍ତି। 

ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ କେଜ୍ରିୱାଲଙ୍କୁ ଗିରଫ କରିଥିଲା CBI। ସେ ଏହି ମାମଲାରେ ଅର୍ଥ ହେରଫେର ଅଭିଯୋଗରେ ଇଡି ପକ୍ଷରୁ ଗିରଫ ହୋଇ ତିହାର ଜେଲରେ ଥିବାବେଳେ ସେହିଠାରୁ ହିଁ CBI ତାଙ୍କୁ ଗିରଫ କରିଥିଲା। ଏହି ସମୟରେ କେଜ୍ରିୱାଲଙ୍କୁ ଇଡି ଗିରଫଦାରୀ ବିରୁଦ୍ଧରେ ରାଉଜ ଆଭେନ୍ୟୁ କୋର୍ଟରୁ ବେଲ୍ ମିଳି ସାରିଥିଲା।

ଏହି ସମୟରେ CBI ଗିରଫଦାରୀକୁ ଉଦ୍ଦେଶ୍ୟମୂଳକ ଦର୍ଶାଇ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ କେଜ୍ରିୱାଲ। ଏଥିସହ ଜାମିନ ପାଇଁ ମଧ୍ୟ ଆବେଦନ କରିଥିଲେ। ଜୁଲାଇ 17ରେ ଏହାର ଶୁଣାଣି କରି ରାୟ ସଂରକ୍ଷିତ ରଖିଥିଲେ ହାଇକୋର୍ଟ।

ଆଜି ଜଷ୍ଟିସ ନୀନା ବଂଶାଲୀ ରାୟ ପ୍ରକାଶ କରି କେଜ୍ରିୱାଲଙ୍କ ଆବେଦନକୁ ଖାରଜ କରି ଦେଇଛନ୍ତି। ଏଥିସହ ବେଲ୍ ପାଇଁ ସ୍ୱତନ୍ତ୍ର ଜଜଙ୍କ ଦ୍ୱାରସ୍ଥ ହେବାକୁ ପରାମର୍ଶ ଦେଇଛନ୍ତି। 

ପ୍ରକାଶ ଥାଉକି, ଜୁଲାଇ 12ରେ କେଜ୍ରିୱାଲଙ୍କୁ ସୁପ୍ରିମକୋର୍ଟ ମଧ୍ୟବର୍ତ୍ତୀ କାଳୀନ ଜାମିନ ଦେଇ ସାରିଛନ୍ତି। ଇଡି ଗିରଫ କରିଥିବା ଅର୍ଥ ହେରଫେର ଅଭିଯୋଗରେ ତାଙ୍କୁ ଏହି ଜାମିନ ମିଳିଛି। କିନ୍ତୁ CBI ମାମଲାର ସମାଧାନ ହୋଇନଥିବାରୁ ସେ ଏବେ ଜେଲରେ ଅଛନ୍ତି। 

ad-week
Leave A Reply

Your email address will not be published.