ପୁଣି ଯାଞ୍ଚ ହେବ ରତ୍ନଭଣ୍ଡାର: ସରିଲା ଏସ୍‌ଓପି ପ୍ରସ୍ତୁତି

add-all

ଭୁବନେଶ୍ବର: ପୁଣି ଯାଞ୍ଚ ହେବ ଭିତର ରତ୍ନଭଣ୍ଡାର । ଏଥିପାଇଁ ଏସଓପି ପ୍ରସ୍ତୁତି ନେଇ ଆଜି ବସିଥିଲା ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ । ଯେଉଁଥିରେ ପୁଣି ରତ୍ନଭଣ୍ଡାର ଖୋଲିବା ପାଇଁ ଏସଓପି ପ୍ରସ୍ତୁତ ହୋଇଥିବା ସୂଚନା ଦେଇଛନ୍ତି ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ।

ଏନେଇ ମୁଖ୍ୟ ପ୍ରଶାସକ କହିଛନ୍ତି, ବୈଠକରେ ରତ୍ନଭଣ୍ଡାର ମରାମତି ପୂର୍ବରୁ ଯାଞ୍ଚ କରାଯିବାକୁ ଏସ୍‌ଓପି ପ୍ରସ୍ତୁତ ହୋଇଛି । ଭିତରେ ଥିବା ଖାଲି ଆଲମିରା ଓ ସିନ୍ଦୁକ ସ୍ଥାନାନ୍ତର କରାଯିବା ସହିତ ଲେଜର ସ୍କାନିଂ ବା ସାଇଣ୍ଟିଫିକ୍‌ ମେଥଡ୍‌ ନେଇ ମଧ୍ୟ ଏସ୍‌ଓପି କରାଯାଇଛି । ବର୍ତ୍ତମାନ ଏହି ପ୍ରସ୍ତୁତ ଏସ୍‌ଓପି ଅନୁମୋଦନ ପାଇଁ ସରକାରଙ୍କ ପାଖକୁ ପଠାଯିବ । ସରକାରଙ୍କ ଅନୁମୋଦନ କ୍ରମେ ଏକ ଦିନ ଧାର୍ଯ୍ୟ କରାଯାଇ ପୁଣି ଥରେ ରତ୍ନଭଣ୍ଡାର ଯାଞ୍ଚ କରାଯିବ  ।

ତେବେ କହିରଖୁଛୁ, ରତ୍ନ ଭଣ୍ଡାର ସ୍ଥାନାନ୍ତରିତ କରିବା ପରେ ଏହାର ମରାମତି ପାଇଁ ପ୍ରସ୍ତୁତି ଆରମ୍ଭ ହେଉଥିଲା ବେଳେ ଏହାରି ଭିତରେ, ଭିତର ରତ୍ନଭଣ୍ଡାର ରହସ୍ୟକୁ ନେଇ ଅନେକ ମନ୍ତବ୍ୟ ପ୍ରକାଶ ପାଇବା ପରେ ଏହାକୁ ପୁଣି ଥରେ ଯାଞ୍ଚ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା । ରତ୍ନଭଣ୍ଡାର ଯାଞ୍ଚ ଓ ମରାମତି ନେଇ ଏଏସ୍‌ଆଇ ସହ ବସିଥିବା ବୈଠକରେ ରତ୍ନଭଣ୍ଡାର ସ୍ଥିତି ଓ ସ୍ଥାୟିତ୍ୱ ନେଇ ପୁଙ୍ଖାନୁପୁଙ୍ଖ ଆଲୋଚନା ହେବା ସହ ପୁଣି ଭିତର ରତ୍ନଭଣ୍ଡାର ଖୋଲାଯାଇ ଯାଞ୍ଚ କରାଯିବ ବୋଲି ନିଷ୍ବତ୍ତି ହୋଇଥିଲା ।

ad-week
Leave A Reply

Your email address will not be published.