ଜାଭେଲିନ୍ ଥ୍ରୋ: ଫାଇନାଲରେ ନୀରଜ ଚୋପ୍ରା

add-all

ପ୍ୟାରିସ୍: ଜାଭେଲିନ୍ ଥ୍ରୋରେ ଭାରତୀୟ ଖେଳାଳି ନୀରଜ ଚୋପ୍ରା ପୁଣି ଥରେ ନିଜର ଶକ୍ତି ପ୍ରଦର୍ଶନ କରିଛନ୍ତି । ସେ ପ୍ରଥମ ଥ୍ରୋ ୮୯.୩୪ ମିଟର ଦୂରକୁ ଫିଙ୍ଗିଛନ୍ତି। ଏହା ସହିତ ସେ ଫାଇନାଲରେ ପହଞ୍ଚିଛନ୍ତି। ଚଳିତ ସିଜିନରେ ଏହା ହେଉଛି ନୀରଜଙ୍କ ସର୍ବୋତ୍ତମ ପ୍ରଦର୍ଶନ।

ଏହା କ୍ଲାଲିଫାଏ କରିବା ପାଇଁ ଥିବା ସର୍ବନିମ୍ନ ଯୋଗ୍ୟତା ୮୪ ମିଟରଠାରୁ ବହୁ ଅଧିକ। ଏହା ସହିତ ଭାରତ ପାଇଁ ସ୍ୱର୍ଣ୍ଣ ପଦକ ଆଣିବାର ଆଶା‌କୁ ନୀରଜ ଉଦ୍‌ଜୀବିତ କରିଛନ୍ତି। ଫାଇନାଲରେ ମଧ୍ୟ ତାଙ୍କଠାରୁ ସମାନ ପ୍ରଦର୍ଶନ ଆଶା କରାଯାଉଛି।  ଗ୍ରୁପ୍ ବିରେ ଯୋଗ୍ୟତା ଅର୍ଜନ କରିବାରେ ନୀରଜ ପ୍ରଥମ ଆଥଲେଟ୍ ହେରାଇଛନ୍ତି। ପ୍ରଥମ ପ୍ରୟାସରେ ୮୯.୩୪ ମିଟର ଥ୍ରୋ କରିଥିଲେ।

ପାକିସ୍ତାନର ପ୍ରତିଦ୍ୱନ୍ଦ୍ୱୀ ଅର୍ଶଦ ନାଦିମ ମଧ୍ୟ ପ୍ରଥମ ପ୍ରୟାସରେ ଚମତ୍କାର ପ୍ରଦର୍ଶନ କରିଛନ୍ତି। ସେ ୮୬.୫୯ ମିଟର ଥ୍ରୋ କରିଥିଲେ। ସେ ମଧ୍ୟ ଫାଇନାଲରେ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଛନ୍ତି। ନୀରଜଙ୍କ ପରି ଏହା ମଧ୍ୟ ଅର୍ଶଦଙ୍କର ସିଜିନର ସର୍ବୋତ୍ତମ ଥ୍ରୋ ଥିଲା । ଏହା ସହିତ ଶ୍ରେଷ୍ଠ ୧୨ ଆଥଲେଟ୍ ମଧ୍ୟ ପଦକ ପ୍ରତିଯୋଗିତା ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି।

ଟୋକିଓ ଅଲିମ୍ପିକ୍ସରେ ନୀରଜ ଚୋପ୍ରା ସ୍ୱର୍ଣ୍ଣ ପଦକ ଜିତିଛନ୍ତି ଏବଂ ସେ ସେହି ପ୍ରଦର୍ଶନକୁ ପୁଣି ଥରେ ଦୋହରାଇବେ ବୋଲି ଆଶା କରାଯାଉଛି। ଯୋଗ୍ୟତାରେ ନୀରଜଙ୍କୁ ଗ୍ରୁପ୍ ବିରେ ଅନ୍ତର୍ଭୁକ୍ତ କରାଯାଇଛି । ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନର ଅର୍ଶଦ ନାଦିମ ମଧ୍ୟ ସମାନ ଦଳରେ ଅଛନ୍ତି।

ad-week
Leave A Reply

Your email address will not be published.