ଘରୋଇ ଯୋଗାଣ ପାଇପ୍‌ରେ ଗୋଳିପାଣି : କୂଅ ନଳକୂଅ ପାଖରେ ଭିଡ଼, ଥଣ୍ଡା କାଶ ଜ୍ଵର ବୃଦ୍ଧି ପାଉଛି

add-all

ବାଲିଗୁଡ଼ା(୦୭/୦୮): କନ୍ଧମାଳ ଜିଲ୍ଲା ବାଲିଗୁଡା ଏନଏସି ଅଞ୍ଚଳରେ ଜନସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜଳ ଯୋଗାଣ କରାଯାଉଛି l କିନ୍ତୁ ବର୍ତ୍ତମାନ କିଛି ଦିନ ହେଲା ଗୋଳି ପାଣି ଆସୁଥିବାରୁ ଏହା ବ୍ୟବହାର ହୋଇ ପାରୁ ନାହିଁ। ଯାହା ଫଳରେ ସାହି ବାସିନ୍ଦା ବାଧ୍ୟ ହୋଇ କୂଅ ଓ ନଳକୂପ ଉପରେ ଭରସା କରୁଛନ୍ତି। ଏହି ଗୋଳିଆ ପାଣି ପାନ କରି ୱାର୍ଡ଼ ବାସିନ୍ଦା ମାନେ ଥଣ୍ଡା,କାଶ, ଜ୍ଵର ଭଳି ବିଭିନ୍ନ ପ୍ରକାର ସଂକ୍ରମକ ରୋଗରେ ଆକ୍ରାନ୍ତ ହେଉଛନ୍ତି l ବାଲିଗୁଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦରେ ରହିଛି ୧୩ଟି ୱାର୍ଡ। ସମସ୍ତ ୱାର୍ଡ଼ରେ ଥିବା ପାଇପ୍‌ରେ ଆସୁଛି ଗୋଳି ପାଣି। କାଦୁଅ ପାଣି ଭଳି ଭଳି ଦେଖା ଯାଉଥିବା ବେଳେ ଏହା ଆଦୌ ବ୍ୟବହାର କରାଯାଇ ପାରୁ ନାହିଁ ।ଏହି ଯୋଗାଣ ପାଣି ଆସିବା ନେଇ ଜନସାଧାରଣ ଖୁସିରେ ପାଣି ସଂଗ୍ରହ କରିବା ବେଳକୁ ଗୋଳିଆ ପାଣି ଦେଖି ମନ ଫିକା ପଡିବା ସହ ଅସନ୍ତୋଷ ଦେଖାଦେଉଛି। ଏ ନେଇ ୱାର୍ଡ଼ ବାସିନ୍ଦା ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରି କୂଅ, ନଳକୂଅ ପାଣି ଆଣି ବ୍ୟବହାର କରୁଛନ୍ତି। ଗୋଳିପାଣି ବ୍ୟବହାର କରିବା ଦ୍ଵାରା କାଛୁ କୁଣ୍ଡିଆ ଭଳି ବିଭିନ୍ନ ସଂକ୍ରମକ ରୋଗ ହେବା ଆଶଙ୍କା ରହିଥ‌ିବା କୁହାଯାଉଛି। ଏ ସମ୍ପର୍କରେ ଜନସ୍ୱାସ୍ଥ୍ୟ ବିଭାଗର ଯନ୍ତ୍ରୀ ଏ.ଚକ୍ରଧରଙ୍କୁ ପଚାରିବାରୁ ସେ ବର୍ଷା ଦିନ ଯୋଗୁଁ ନଦୀରେ ଗୋଳି ପାଣି ଆସୁଛି। କେମିକାଲ ମିଶାଇ ଗୋଳି କଟାଯାଉଛି। ତଥାପି କାହିଁକି ଗୋଳି ପାଣି ଯୋଗାଣ ହେଉଛି ଏନେଇ ଅନୁଧ୍ୟାନ କରିବା ସହ ଅତିଶୀଘ୍ର ସଫା ପାଣି ଦେବାକୁ ଆମର ଚେଷ୍ଟା ଜାରି ରହିଛି ବୋଲି ପ୍ରକାଶ କରିଛନ୍ତି ।

ad-week
Leave A Reply

Your email address will not be published.