ଭିନେଶ ଡିସ୍‌କ୍ୱାଲିଫାଏଡ, ଷଡ଼ଯନ୍ତ୍ର ଅଭିଯୋଗ ଆଣିଲା ପରିବାର

add-all

ପ୍ୟାରିସ ଅଲିମ୍ପକ୍ସରେ ଫାଇନାଲ ମ୍ୟାଚ୍‌ ପୂର୍ବରୁ ଭାରତୀୟ ରେସଲର ଭିନେଶ ଫୋଗାଟ୍‌ ଲାଗିଛି ବଡ଼ ଝଟ୍‌କା। ସେ ଡିସ୍‌କ୍ୱାଲିଫାଏଡ୍‌ ଘୋଷିତ ହୋଇଛନ୍ତି। ଭାରତ ପାଇଁ ଗୋଲ୍ଡ ଆଶା ମଉଳି ଯାଇଛି। ତେବେ ଭିନେଶଙ୍କୁ ଅଯୋଗ୍ୟ ଘୋଷଣା ନେଇ ତାଙ୍କ ପରିବାର ଲୋକେ ବଡ଼ ଅଭିଯୋଗ ଆଣିଛନ୍ତି। ଫେଡେରେଶନ ଭିନେଶଙ୍କ ବିରୋଧରେ ଷଡ଼ଯନ୍ତ୍ର କରିଥିବା ଅଭିଯୋଗ ହୋଇଛି।

ଭିନେଶ ଫୋଗାଟଙ୍କ ଶ୍ୱଶୁର ରାଜପାଲ ରାଠୀ କହିଛନ୍ତି , ୧୦୦ ଗ୍ରାମ ଓଜନ କେତେ ଅଧିକ। ମୁଣ୍ଡରେ ଥିବା କେଶ ମଧ୍ୟ ଓଜନ ୧୦୦ ଗ୍ରାମ ବଢାଇଥାଏ। ଏହା ବ୍ୟତୀତ ସେ ସରକାର ଏବଂ ଭାରତୀୟ ରେସଲିଂ ଫେଡେରେଶନର ପୂର୍ବତନ ମୁଖ୍ୟ ବ୍ରିଜ୍‌ଭୂଷଣ ଶରଣ ସିଂହଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି ଯେ ଏଥିରେ ସରକାର ଏବଂ ବ୍ରିଜ ଭୂଷଣ ଶରଣ ସିଂଙ୍କ ହାତ ରହିଛି।

ରାଜପାଲ କହିଛନ୍ତି, ଏହା ଏକ ହୃଦୟ ବିଦାରକ ଖବର। ଏଠି ରାଜନୀତି କରାଯାଉଛି। ଏହା ଏକ ଷଡ଼ଯନ୍ତ୍ର। ସରକାରଙ୍କ ଏଥିରେ ହାତ ରହିଛି। ୧୦୦ ଗ୍ରାମ ଓଜନ ହେତୁ କିଏ ବାହାର କରେ? କ୍ରୀଡା ଦଳ କୌଣସି ପ୍ରକାର ସାହାଯ୍ୟ କରିନଥିଲେ। 

ସେପଟେ ଦାଦା ମହାବୀର ଫୋଗାଟ୍‌ ମଧ୍ୟ ଭିନେଶଙ୍କୁ ଅଯୋଗ୍ୟ ଘୋଷଣା ପରେ ଭାବୁକ ହୋଇପଡିଛନ୍ତି। ସେ କହିଛନ୍ତି ଏବେ ଆଉ କିଛି ପଦକ ଆସିବ ନାହିଁ। ଫେଡେରେଶନ ପାଖରେ ମୋର କୌଣସି ଦାବି ନାହିଁ। ସେମାନେ ଯାହା ଚାହାଁବେ ତାହା କରିବେ। ଏହି ସମୟରେ ସମଗ୍ର ଦେଶ ଦୁଃଖରେ ଅଛନ୍ତି।

କହିରଖୁ ଯେ, ଭିନେଶ ତିନୋଟି ରାଉଣ୍ଡ ପାର୍‌ କରି ଫାଇନାଲ୍‌ରେ ପହଞ୍ଚିଥିଲେ। ସର୍ବପ୍ରଥମେ ଭିନେଶ ଜାପାନର ୟୁଇ ସୁସାକିଙ୍କୁ ୩-୨ରେ ପରାସ୍ତ କରିଥିଲେ। ଏହା ପରେ ସେ ପରବର୍ତ୍ତୀ ରାଉଣ୍ଡରେ ୟୁକ୍ରେନର ଓକସାନା ଲିଭାଚଙ୍କୁ ପରାସ୍ତ କରିଥିଲେ। ଭିନେଶ ଓକସାନାଙ୍କୁ ୭-୫ରେ ପରାସ୍ତ କରିଥିଲେ। ତା’ପରେ ଭିନେଶ ସେମିଫାଇନାଲରେ ଗୁଜମାନଙ୍କୁ ପରାସ୍ତ କରିଥିଲେ। ସେମିଫାଇନାଲ ମ୍ୟାଚରେ ଭିନେଶ ୫-୦ରେ ଚମତ୍କାର ବିଜୟ ହାସଲ କରିଥିଲେ। ଜିତିଥିଲେ। ଆଜି ରାତି ୧୨.୩୦ (08 ଅଗଷ୍ଟ) ରେ ଫାଇନାଲ୍ ମ୍ୟାଚ୍ ଖେଳିଥାନ୍ତେ। 

ad-week
Leave A Reply

Your email address will not be published.