ଭୁବନେଶ୍ୱରରେ ବାର୍ ମାଲିକ ଓ ଏଜେଣ୍ଟ ଗିରଫ

add-all

ରାଜଧାନୀ ଭୁବନେଶ୍ୱରରେ ବାର ଗାର୍ଲଙ୍କୁ ନିର୍ଯାତନା ଦେବା ଅଭିଯୋଗରେ ଗିରଫ ହୋଇଛନ୍ତି ବାର୍‌ ମାଲିକ ଶିବ ପ୍ରସାଦ ମଲ୍ଲିକ। ତାଙ୍କ ସହିତ ଜଣେ ଏଜେଣ୍ଟଙ୍କୁ ମଧ୍ୟ ଗିରଫ କରିଛି ପୁଲିସ। ତାଙ୍କ ନାଁ ଜ୍ୟୋତି ପ୍ରକାଶ ନାୟକ।

ଟଙ୍କା ନ ଦେଇ ୬ ବାର୍ ଗାର୍ଲଙ୍କୁ ଅଟକ ରଖିଥିଲେ ଶିବ ପ୍ରସାଦ ମଲ୍ଲିକ। ଏହା ସହିତ ସେମାନଙ୍କ ଇଚ୍ଛା ବିରୁଦ୍ଧରେ ସେମାନଙ୍କୁ ବିଳମ୍ବିତ ରାତି ଯାଏ ଡ୍ୟାନ୍ସ କରିବା ପାଇ ସେ ବାଧ୍ୟ କରୁଥିଲେ ବୋଲି ଅଭିଯୋଗ ହୋଇଛି। ସେଇ ବାର ଗାର୍ଲ ମାନଙ୍କୁ ମାଲିକ ଶିବ ପ୍ରସାଦ ମଲ୍ଲିକ ଅଶାଳୀନ ଭାଷାରେ ଗାଳି ଗୁଲଜ କରିଥିବା ଅଭିଯୋଗ ହୋଇଛି।

ଏନେଇ ଯୁବତୀ କମିଶନରେଟ ପୁଲିସର ‘ହର୍‌’ ଟିମକୁ ଜଣାଇଥିଲେ। ପୁଲିସ ଓ ହର୍ ଟିମ ପହଞ୍ଚି ସେମାନଙ୍କୁ ଉଦ୍ଧାର କରିଥିଲେ।

ad-week
Leave A Reply

Your email address will not be published.