ପଦକ ବିଜେତା ହକି ଟିମ ସହ ଫୋନରେ କଥା ହେଲେ ପ୍ରଧାନମନ୍ତ୍ରୀ

add-all

ନୂଆଦିଲ୍ଲୀ : ପ୍ୟାରିସ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ଜିତିଥିବା ଭାରତୀୟ ପୁରୁଷ ହକି ଟିମ ସହ ଫୋନରେ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଭାରତୀୟ ଟିମ ଆଜି ସ୍ପେନକୁ ୨-୧ରେ ହରାଇବା ପରେ ପ୍ରଧାନମନ୍ତ୍ରୀ ପ୍ରଥମେ ଏକ୍ସ ଯୋଗେ ଶୁଭେଚ୍ଛା ଜଣାଇଥିଲେ। ଏହାପରେ ସେ ଫୋନରେ ମଧ୍ୟ କଥା ହୋଇ ପୂରା ଟିମକୁ ଶୁଭେଚ୍ଛା ଜଣାଇଛନ୍ତି।
ମୋଦି ଫୋନରେ କହିଛନ୍ତି ଯେ “ଟିମକୁ ଅନେକ ଅନେକ ଶୁଭେଚ୍ଛା। ଆପଣମାନେ ଭାରତକୁ ଗର୍ବିତ କରିଛି। ଆପଣମାନେ ଅଲିମ୍ପିକ୍ସରେ ଜାରି ରହିଥିବା ପରାଜୟର ଧାରାକୁ ଭାଙ୍ଗିଛନ୍ତି। ଆପଣମାନେ ଭାରତୀୟ ହକି ଟିମର ସୁବର୍ଣ୍ଣ ଯୁଗକୁ ଫେରାଇ ଆଣିବେ ବୋଲି ମୋର ବିଶ୍ୱାସ ରହିଥିଲା। ଆପମାନେ ବହୁତ ଭଲ କାମ କରିଛନ୍ତି।” ମୋଦି ଅଧିନାୟକ ହରମନପ୍ରୀତଙ୍କ ବ୍ୟତୀତ ଗୋଲକିପର ପିଆର ଶ୍ରୀଜେଶଙ୍କ ସହ ମଧ୍ୟ କଥା ହୋଇଛନ୍ତି।
ଭାରତ ୧୯୭୨ ପରେ ପ୍ରଥମଥର ପାଇଁ ଅଲିମ୍ପିକ୍ସରେ ବ୍ୟାକ ଟୁ ବ୍ୟାକ ପଦକ ଜିତିଛି। ଏଥିସହ ଅଲିମ୍ପିକ୍ସରେ ଭାରତୀୟ ହକି ନିଜର ୧୩ତମ ମେଡାଲ ହାସଲ କରିଛି। ଏଥିରେ ୮ଟି ସ୍ୱର୍ଣ୍ଣ, ଗୋଟିଏ ରୌପ୍ୟ ଓ ୪ଟି ବ୍ରୋଞ୍ଜ ପଦକ ରହିଛି।

ad-week
Leave A Reply

Your email address will not be published.