୭୮ ତମ ସ୍ବାଧୀନତା ଦିବସ ଅଵସର ରେ ଜିଲ୍ଲା ପ୍ରଶାସନ ଓ ଛତ୍ରପୁର ପ୍ରେସ କ୍ଲବ ମଧ୍ୟରେ ବନ୍ଧୁତାପୂର୍ଣ୍ଣ କ୍ରିକେଟ ମ୍ୟାଚ…

add-all

ଛତ୍ରପୁର : ୭୮ ତମ ସ୍ବାଧୀନତା ଦିବସ ପାଳନ ଅଵସର ରେ ସ୍ଥାନୀୟ ଷ୍ଟାଡିୟମ ଠାରେ ଗଞ୍ଜାମ ଜିଲ୍ଲା ପ୍ରଶାସନ ସହ ଛତ୍ରପୁର ପ୍ରେସ କ୍ଲବ ମଧ୍ୟରେ ଏକ ଦିନିକିଆ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି । ୧୫ ଓଭର କୁ ନେଇ ଦୁଇ ଦଳ ମଧ୍ୟରେ ଖେଳ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ଗଞ୍ଜାମ ଜିଲ୍ଲା ପ୍ରଶାସନ ବିଜୟ ହାସଲ କରିଛି । ଏହି ମ୍ୟାଚ ରେ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଗଞ୍ଜାମ ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ଦେବ ବ୍ରତ ସାହୁ, ଡ଼ଃ ପ୍ରମୋଦ କୁମାର ପୃଷ୍ଟି ଓ ସୁଧାଂଶୁ କୁମାର ଭୋଇ, ଛତ୍ରପୁର ଉପଜିଲ୍ଲାପାଳ ଦେବଦତ୍ତ ମହାନ୍ତ , ଜିଲ୍ଲା କ୍ରୀଡା ଅଧିକାରୀ ସନ୍ତୋଷ କୁମାର ସାହୁ, ଡେପୁଟିକଲେକ୍ଟର (ନିର୍ବାଚନ )ରାଜେଶ କୁମାର ଏକ୍କା, ଛତ୍ରପୁର ଅତିରିକ୍ତ ତହସିଲଦାର ସ୍ମୃତି ସୁଦର୍ଶନ ସାହୁ, ଗଞ୍ଜାମ ଆରଟିଓ ମାନସ ରଞ୍ଜନ ସାହୁଙ୍କ ସମେତ ବହୁ ଅଧିକାରୀ ମାନେଖେଳିଥିଲେ,ସେହିପରି ଛତ୍ରପୁର ପ୍ରେସକ୍ଲବ ପକ୍ଷରୁ ସାମ୍ବାଦିକ ଭାଇ ଖେଳିଥିଲେ,ଗଞ୍ଜାମ ଜିଲ୍ଲା ପ୍ରଶାସନ ଦଳ ପକ୍ଷରୁ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ )ଦେବବ୍ରତ ସାହୁ ଅଧିନାୟକ ଦାୟିତ୍ୱ ତୁଲାଇଥିବା ବେଳେ ଛତ୍ରପୁର ପ୍ରେସ କ୍ଲବ ପକ୍ଷରୁ ଉପଦେଷ୍ଟା ବସନ୍ତ କୁମାର ମହାରଣା ଅଧିନାୟକ ଏବଂ ଉପସଭାପତି ସନ୍ତୋଷ କୁମାର ମିଶ୍ର ଉପଅଧିନାୟକ ଭାବେ ଦାୟିତ୍ୱ ତୁଲାଇଥିଲେ । ଭାଷ୍ୟକାର ଭାବେ ଆଇନଜୀବୀ ପ୍ରଶାନ୍ତ କୁମାର ଶତପଥି ଓ ପ୍ରେସ କ୍ଳବର ସୁଧୀର ନାହାକ ଦାୟିତ୍ୱ ତୁଲାଇଥିଲେ, ଏହି କାର୍ଯ୍ୟକ୍ରମ ରେ ଛତ୍ରପୁର ପ୍ରେସ କ୍ଳବର ସଭାପତି ରବିନ୍ଦ୍ର ନାଥ ପଣ୍ଡା, ସମ୍ପାଦକ ସରୋଜ କୁମାର ସାମଲ, ଉପଦେଷ୍ଟା ରବିନ୍ଦ୍ର କୁମାର ପଣ୍ଡା, ଶ୍ରୀକାନ୍ତ ମହାନ୍ତି, ଖିରୋଦ ଚନ୍ଦ୍ର ସାହୁ ଓ ପ୍ରଶାନ୍ତ କୁମାର ମହାରଣା, କୋଷାଧ୍ୟକ୍ଷ କେ. ସତ୍ୟ ନାରାୟଣ ରେଡ୍ଡୀଙ୍କ ସମେତକ୍ଳବ ର ସମସ୍ତ ସଦସ୍ୟ ମାନେ ଉପସ୍ଥିତ ରହି ସମସ୍ତଙ୍କୁ ଉତ୍ସାହିତ କରିଥିଲେ

 
ad-week
Leave A Reply

Your email address will not be published.