ଇନ୍ଦିରା ଗାନ୍ଧୀଙ୍କ ଭଳି ମମତାଙ୍କୁ ଗୁଳି କର, ପୋଷ୍ଟ ଭାଇରାଲ ପରେ ଯୁବତୀ ଗିରଫ

add-all

କୋଲକାତା : ‘ଇନ୍ଦିରା ଗାନ୍ଧୀଙ୍କ ଭଳି ମମତା ବାନାର୍ଜୀଙ୍କୁ ଗୁଳି କରି ହତ୍ୟା କର।’ ସୋଶାଲ ମିଡିଆରେ ଏଭଳି କିଛି ପୋଷ୍ଟ ଭାଇରାଲ ହେବା ପରେ ଆକ୍ସନ ମୁଡ୍‌ ଆସିଛି ପଶ୍ଚିମବଙ୍ଗ ପୁଲିସ। ଏହି ମାମଲାରେ ଜଣେ ଛତ୍ରୀଙ୍କୁ ପୁଲିସ ଗିରଫ କରିଛି।
ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବିରୋଧରେ ହିଂସା ସୃଷ୍ଟି କରୁଥିବା ଏକ ସୋସିଆଲ ମିଡିଆ ପୋଷ୍ଟ ପାଇଁ କୋଲକାତା ପୁଲିସ ଦ୍ୱିତୀୟ ବର୍ଷର ବି.କମ୍ ଛାତ୍ରୀଙ୍କୁ ଗିରଫ କରିଛି। ଗିରଫ ଛାତ୍ରୀ ଜଣକ ହେଲେ କିର୍ତ୍ତୀ ଶର୍ମା। ସେ ଇନ୍‌ଷ୍ଟାଗ୍ରାମରେ “କିର୍ତ୍ତୀ ସୋଶାଲ” ନାଁରେ ହ୍ୟାଣ୍ଡେଲ ଚଳାନ୍ତି।
ରିପୋର୍ଟ ଅନୁସାରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କୁ ଯେଉଁଭଳି ହତ୍ୟା କରାଯାଇଥିଲା ସେହିଭଳି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ହତ୍ୟା କରିବାକୁ ସେ ଉସ୍‌କାଉଥିବା ଅଭିଯୋଗ ହୋଇଛି।
ନିକଟରେ ଉକ୍ତ ଗିରଫ ଛାତ୍ରୀ ଜଣକ ଇନ୍‌ଷ୍ଟାଗ୍ରାମ ଆଇଡି “କିର୍ତ୍ତୀ ସୋଶାଲ” ହ୍ୟାଣ୍ଡେଲରେ ଆର୍‌ଜି କର ହସ୍ପିଟାଲରେ ଘଟିଥିବା ଘଟଣାକୁ ନେଇ ତିନୋଟି ଇନ୍‌ଷ୍ଟାଗ୍ରମ ପୋଷ୍ଟ ଅପ୍‌ଲୋଡ୍‌ କରିଥିଲେ। ଏଥିରେ ସେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ନେଇ ଦୁଇଟି ପୋଷ୍ଟ କରିଥିଲେ। ସେ ଲେଖିଥିଲେ ଯେ, ‘ଇନ୍ଦିରା ଗାନ୍ଧୀଙ୍କ ପରି ମମତା ବାନାର୍ଜୀଙ୍କୁ ମଧ୍ୟ ଗୁଳି କର। ଯଦି ତୁମେ ଏହା କରିପାରିବ ନାହିଁ, ତେବେ ମୁଁ ତୁମକୁ ହତାଶ କରିବି ନାହିଁ।’
ଏହି ପୋଷ୍ଟ ସାମ୍ନାକୁ ଆସିବା ପରେ ଟିଏମ୍‌ସିର ଅନେକ ସମର୍ଥକ ଏନେଇ ପୁଲିସକୁ ଜଣାଇଥିଲେ। ଏହାପରେ ପୁଲିସ ଆକ୍ସନ ନେଇଛି।

ad-week
Leave A Reply

Your email address will not be published.