ମମତା ମହାନ୍ତଙ୍କୁ ରାଜ୍ୟସଭା ପ୍ରାର୍ଥୀ କଲା ବିଜେପି

add-all

ଭୁବନେଶ୍ବର : ରାଜ୍ୟସଭା ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି। ବିଜେଡି ଛାଡ଼ି ବିଜେପିରେ ମିଶିଥିବା ମମତା ମହାନ୍ତଙ୍କୁ ରାଜ୍ୟସଭା ପ୍ରାର୍ଥୀ କରିଛି। ମମତା ହେଉଛନ୍ତି କୁଡୁମୀ ସମ୍ପ୍ରଦାୟର ନେତ୍ରୀ। ରାଜ୍ୟସଭା ପ୍ରାର୍ଥୀ ପାଇଁ ଆଜି ତାଙ୍କ ନାଁ ଘୋଷଣା କରିଛନ୍ତି ବିଜେପି ରାଷ୍ଟ୍ରୀୟ ମହାସଚିବ ଓ ମୁଖ୍ୟାଳୟ ପ୍ରଭାରୀ ଅରୁଣ ସିଂ।
କୁଡ଼ୁମୀ ସଂପ୍ରଦାୟର ଟାଣୁଆ ନେତ୍ରୀ ହେଉଛନ୍ତି ମମତା ମହାନ୍ତ । ୨୦୨୦ ମସିହାରେ ବିଜେଡି ତାଙ୍କୁ ରାଜ୍ୟସଭା ପଠାଇଥିଲା। ହେଲେ ସାଧାରଣ ନିର୍ବାଚନ ପରେ ତାଙ୍କୁ ବିଜେଡିରୁ ବାହାର କରିଦେବାର ଧମକ ଦିଆଯାଇଥିବା ଅଭିଯୋଗ ହୋଇଛି। ହେଲେ ତା’ ପୂର୍ବରୁ ଅର୍ଥାତ ଜୁଲାଇ ୩୧ ତାରିଖରେ ସେ ରାଜ୍ୟସଭା ଓ ବିଜେଡିରୁ ଇସ୍ତଫା ଦେଇଥିଲେ। ବିଜେଡିରୁ ଇସ୍ତଫା ବେଳେ ଅସନ୍ତୋଷ ଝାଡ଼ିଥିଲେ ମମତା। ତାଙ୍କୁ ଦଳରେ ଅଣଦେଖା କରାଯାଇଥିବା ସେ ଅଭିଯୋଗ ଆଣିଥିଲେ। ତା’ପର ଦିନ ସେ ବିଜେପିରେ ମିଶିଥିଲେ।
କୁଡ଼ୁମୀ ସଂପ୍ରଦାୟର ଜଣେ ଟାଣୁଆ ନେତ୍ରୀ ହେଉଛନ୍ତି ମମତା ମହାନ୍ତ । ନିଜ ସମ୍ପ୍ରଦାୟ ପାଇଁ ଅନେକ କାର୍ଯ୍ୟ କରିଛନ୍ତି। ଏହି ସମ୍ପ୍ରଦାୟରେ ମୟୂରଭଞ୍ଜ ଓ ପଡ଼ୋଶୀ କେନ୍ଦୁଝର ଜିଲ୍ଲାରେ ବହୁ ଲୋକ ଅଛନ୍ତି।

ad-week
Leave A Reply

Your email address will not be published.