ମାଲକାନଗିରି ପୋଲିସ କୁ ସଫଳତା : ପୋଲିସ ନିକଟରେ ୨ ଲକ୍ଷ ଇନାମୀ ନକ୍ସଲର ଆତ୍ମସମର୍ପଣ…

add-all

ମାଲକାନଗିରି : ମାଲକାନଗିରି ପୋଲିସକୁ ମିଳିଲା ବଡ ସଫଳତା । ମାଲକାନଗିରି ଏସପି ନିତେଶ ୱାଦୱାନି ଓ ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି ଚରଣ ସିଂ ମିନାଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି ଛତିଶଗଡ ସୁକୁମା ଜିଲ୍ଲାର କୁଖ୍ୟାତ ମାଓବାଦୀ ମୁକେଶ କୋରସା ଓରଫ ସୁର୍ୟମ୍ । ଛତିଶଗଡର ଟପ ମାଓନେତା ହିଡମାଙ୍କ ସହଯୋଗୀ ଥିଲେ ମୁକେଶ। ଦଣ୍ଡକାରଣ୍ଯ ସ୍ପେଶାଲ ଜୋନାଲ କମିଟିର ତୃତୀୟ କମ୍ପାନୀ ପାମେଡ ଏରିଆ କମିଟି ମେମ୍ବର ଥିଲେ ମୁକେଶ। ମୁକେଶ କୋରସାଙ୍କ ନିଜ ଘର ସୁକୁମା ଜିଲ୍ଲାର ଜାଗରକୋଣ୍ଡା ଥାନା ଅନ୍ତର୍ଗତ ସିଲଗେର ବୋଲି ଜଣାପଡିଛି । ମାଲକାନଗିରି ସହ ଛତିଶଗଡର ଅନେକ ହିଂସା କାଣ୍ଡ ରେ ଜଡିତ ଥିବା ମୁକେଶଙ୍କ ଉପରେ ପୁର୍ବରୁ ଛତିଶଗଡ ସରକାର ଦୁଇ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିବା ବେଳେ ନିକଟରେ ଓଡିଶା ସରକାର ମଧ୍ୟ ଦୁଇ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଛନ୍ତି । ତେବେ ଆତ୍ମସମର୍ପଣ କରିବା ପରେ ଓଡିଶା ସରକାରଙ୍କ ନିୟମ ଅନୁସାରେ ତାଙ୍କୁ ଥଇଥାନ କରାଯିବା ବୋଲି ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି ଚରଣ ସିଂ ମିନା ପ୍ରକାଶ କରିଛନ୍ତି ।

ad-week
Leave A Reply

Your email address will not be published.