ଦୁଇ ଜଣ ବ୍ୟକ୍ତିଙ୍କ ବିଷାକ୍ତ ମଦ ମୃତ୍ୟୁ ପରେ ବି ଚେଇଁ ଶୋଇଛି ପ୍ରଶାସନ …..!

add-all

ଜିଲ୍ଲାରେ ବଢୁଛି ଅପମିଶ୍ରଣ ପୋଚରେ ଦେଶୀ ମଦ ପ୍ରସ୍ତୁତି…..!!


ବ୍ରହ୍ମପୁର: ୨୧-୮ ଗଞ୍ଜାମ ଜିଲ୍ଲାର କୋଣ ଅନୁକଣ ରେ ଅପମିଶ୍ରଣ ଦେଶୀ ମଦ ପ୍ରସ୍ତୁତ ହେବାର ନଗ୍ନ ନମୁନା ଏବେ ଚିକିଟି ଅଞ୍ଚଳ ରେ ଦେଖିବାକୁ ମିଳିଛି। ବିଷାକ୍ତ ମଦ୍ୟ ପାନ କରି ଅକାଳରେ ବ୍ରହ୍ମପୁର ବଡ଼ ମେଡିକାଲ icu ରେ ଗୁରୁତର ଭାବେ ଚିକିତ୍ସିତ ଯୁର ବେହେରାଙ୍କ ଗତକାଲି ମଧ୍ୟରାତ୍ର ହୋଇଛି ମୃତ୍ୟୁ। ମୃତକ ଚିକିଟି ଜେନାପୁର ବାସିନ୍ଦା।ହୋଇଥିବା ବେଳେ ଆଜି ଆଉ ଜଣେ ଲୋକନାଥ ବେହେରା ନାମକ ୩୭ ବର୍ଷୀୟା ବ୍ୟକ୍ତି ଙ୍କ ମୃତ୍ୟୁ ଘଟିଛି। ଅନ୍ୟ ଆକ୍ରାନ୍ତ ଡାକ୍ତର ଖାନା ରେ ଜୀବନ ସହ ସଂଗ୍ରାମ କରୁଛନ୍ତି। ପ୍ରଶାସନର ଦ୍ୱିତୀୟ ବ୍ୟକ୍ତି ଙ୍କ ମୃତ୍ୟୁ ପରେ ନିଦ ହଜି ଯାଇଛି ଆଜି ବିଷାକ୍ତ ମଦ ମୃତ୍ୟୁ ମାମଲାରେ ବିଧାନସଭାରେ ହଙ୍ଗାମା ହୋଇଛି
ଉଭୟ କଂଗ୍ରେସ ଓ ବିଜେଡି ସଦସ୍ୟଙ୍କ ଏହାକୁ ନେଇ ପ୍ରତିବାଦ କରିଛନ୍ତି l ଯାହାକୁ ନେଇ ଆସନ୍ତା କାଲି 22/08/2024 ଗୁରୁବାର ଦିବା 9.00 ଘଣ୍ଟା ସମୟରେ ମାନନୀୟ ଆଇନ,ଅବକାରୀ ଓ PWD ମନ୍ତ୍ରୀ ଶ୍ରୀ ପୃଥୀରାଜ ହରିଚନ୍ଦନ ବିଷାକ୍ତ ମଦ ପିଇ ଅସୁସ୍ଥ ଥିବା ରୋଗୀଙ୍କୁ ଦେଖିବା ପାଇଁ MKCG ଗସ୍ତ କରିବେ ଏବଂ ମୃତ ହୋଇଥିବା ବ୍ୟକ୍ତି ଙ୍କ ପରିବାର କୁ ମଧ୍ୟ ଭେଟି ପାରନ୍ତି ବୋଲି ବିଶେଷ ସୂତ୍ରରୁ ଖବର ମିଳିଛି l ଏବଂ ଜିଲ୍ଲା ପ୍ରଶାସନ ଓ ଅବକାରୀ ଅଧିକାରୀ ମାନଙ୍କ ସହିତ ଘଟଣା କୁ ନେଇ ଆଲୋଚନା କରିବେ l ସୂଚନା ଥାଉକି ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର,

ଚିକିଟି,ପୁରୁଷୋତ୍ତମପୁର,ଦିଗପହଣ୍ଡି,ଶେରଗଡ଼, ଧରାକୋଟ,ଆସିକା ଆଦି ଅଞ୍ଚଳ ରେ ଦୀର୍ଘ ଦିନ ହେଲା ଦେଶୀମଦ ଅପମିଶ୍ରଣ ସାଙ୍ଗକୁ ନକଲି ବିଦେଶୀ ମଦ ବି ପେଟି ପେଟି ଆସି ଅବାଧ ରେ ବିକ୍ରି ହେବାର ଅଭିଯୋଗ ଦୀର୍ଘ ଦିନ ହେଲା ହୋଇ ଆସୁଛି। ଅବକାରୀ ବିଭାଗ ର ସିଂହ ଭାଗ ରେ ଏହି ସବୁ କାରବାର ହେଉଥିବା ଚର୍ଚ୍ଚା ହେଲେ ବି ବିଭାଗୀୟ ମନ୍ତ୍ରୀ ଚୁପଚାପ ରହିବା ଫଳରେ ଆଜି ଗଞ୍ଜାମ ଜିଲ୍ଲାରେ ପୁଣି ଏକ ମଦ ମୃତ୍ୟୁ ର ବିଭୀଷିକା ଦେଖିବାଳୁ ମିଳିଲା ବୋଲି ଚାରି ଆଡ଼େ ଚର୍ଚ୍ଚା ର ବିଷୟ ପାଲଟିଛି । ବିଭିନ୍ନ ରାସାୟନିକ ପଦାର୍ଥ ବ୍ୟବହାର କରି ନକଲି ଵେଦେଶୀ ମଦ ଓ ଇଷ୍ଟ, ୟୁରିଆ ଏବଂ ମହୁଲ ସ୍ଥାନରେ ଗୁଡ଼ ବ୍ୟବହାର ହେଉଥିବା ଅଭିଯୋଗ ହେଉଛି।ଏବଂ ରୀତି ମତ ବିଭିର୍ଣ୍ଣ ଗଣମାଧ୍ୟମ ରେ ଖବର ପ୍ରଚାର ମଧ୍ୟ ହୋଇଛି ତଥାପି ପ୍ରଶାସନ ର ଚେତା ପସିନଥିବା ଯୋଗୁଁ ଆଜି ଏପରି ଘଟଣା ଘଟିଛି ବୋଲି ସାଧାରଣ ରେ ଚର୍ଚ୍ଚା ହେଉଛି l ସ୍ୱଳ୍ପ ସମୟରେ ପୋଚ ପ୍ରସ୍ତୁତ କରି ମଦ ପ୍ରସ୍ତୁତ କରିବା ଯୋଗୁଁ ଏହି ସବୁ ସାମଗ୍ରୀ ପୋଚ ରେ ବ୍ୟବହାର ହେଲେ ବି ଆଜି ସୁଦ୍ଧା ଉକ୍ତ ପୋଚ କୁ କେମିକାଲ ଟେଷ୍ଟିଙ୍ଗ ହେଉନଥିବା ଚର୍ଚ୍ଚା ହେଉଛି।ସଠିକ ତଦନ୍ତ ହେଲେ ଏହି ମଦ ମୃତ୍ୟୁ ପଛରେ ଥିବା ଅଦୃଶ୍ୟ ଶକ୍ତି ଓ କୁବେର ବାବୁ ମାନଙ୍କ ଅସଲ ମୁଖା ଖୋଲିବ ବୋଲି ଆଲୋଚନା ହେଲାଣି। ଦେଖା ଯାଉ ସରକାର ଙ୍କ ନିଦ କେବେ ଭାଙ୍ଗୁଛି, ଏବଂ ଏହି ମଦ ମାଫିଆ ଓ ଏମାନଙ୍କୁ ସାହାରା ଦେଇଥିବା ଅଫିସର ମାନଙ୍କୁ କେବେ ଆଇନ ଦ୍ଵାରା ଦଣ୍ଡିତ କରାଯିବ ତାହା ସମୟ କହିବ l

ad-week
Leave A Reply

Your email address will not be published.