ମାହାଙ୍ଗା ଥାନା ଆଗରେ ଆତ୍ମାହୁତି ଉଦ୍ୟମ କରିଥିବା ମହିଳା ମୃତ

add-all

କଟକ: ମାହାଙ୍ଗା ଥାନା ଆଗରେ ଆତ୍ମାହୁତି ଉଦ୍ୟମ କରିଥିବା ମହିଳା ମୃତ l ଚିକିତ୍ସାଧୀନ ଅବସ୍ଥାରେ ଏସ୍‌ସିବି ମେଡିକାଲ୍‌ରେ ଆଖି ବୁଜିଲେ ମହିଳା l ଏକ ଚୋରି ମାମଲାରେ ମହିଳାଙ୍କ ସ୍ୱାମୀଙ୍କୁ ଗିରଫ କରିଥିଲା ପୋଲିସ l ତେବେ ମହିଳା ଜଣଙ୍କ ତାଙ୍କ ସ୍ୱାମୀଙ୍କୁ ଦେଖା କରିବାକୁ ଚାଁହୁଥିଲେ l କିନ୍ତୁ ପୋଲିସ ତାଙ୍କୁ ଦେଖା କରିବାକୁ ନଦେଇ ମହିଳାଙ୍କୁ ଗାଳିଗୁଲଜ କରିଥିଲା l ତେଣୁ ଥାନା ସାମ୍ନାରେ ନିଜକୁ ଜାଳିଦେଇଥିଲେ ମହିଳା ଜଣଙ୍କ l

ସୂଚନା ଅନୁସାରେ, ଏକ ଚୋରି ମାମଲାରେ କଟକ ଜିଲା ମାହାଙ୍ଗା ପୋଲିସ ଅଟକ ରଖିଥିବା ଜଣେ ବ୍ୟକ୍ତି ନିର୍ଦ୍ଦୋଷ ବୋଲି ଦାବି କରିଥିଲେ ତାଙ୍କ ସ୍ତ୍ରୀ। ସେ ଅନେକ କାକୁତିମିନତି ହୋଇଥିଲେ, କିନ୍ତୁ ପୋଲିସ ତାଙ୍କୁ ପ୍ରବଳ ଗାଳି ଦେଇଥିଲା। ଏଥିରେ ମ୍ରିୟମାଣ ହୋଇ ମହିଳା ଜଣକ ଗତ ଶୁକ୍ରବାର ଅପରାହ୍ନରେ ମାହାଙ୍ଗା ଥାନା ସମ୍ମୁଖରେ ନିଜକୁ ଜାଳିଦେଇ ଆତ୍ମାହୁତି ଉଦ୍ୟମ କରିଥିଲେ। ସଙ୍କଟାପନ୍ନ ଅବସ୍ଥାରେ ତାଙ୍କୁ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ତାଙ୍କ ଶରୀରର ୫୦ଭାଗରୁ ଅଧିକ ଭାଗ ଜଳିଯାଇଥିଲା । ଶେଷରେ ଆଜି ମହିଳାଙ୍କ ମୃତ୍ୟୁ ହୋଇଛି l

ad-week
Leave A Reply

Your email address will not be published.