ସମ୍ବଲପୁରରେ ୨୪୦୦ କଫ ସରିଫ ବୋତଲ ଜବତ

ସମ୍ବଲପୁର: ସମ୍ବଲପୁରରେ ବୁଧବାର ଦିନ ୨୪୦୦ କଫ ସରିଫ ବୋତଲ ଜବତ କରିବା ଘଟଣାରେ ଚାରି ଜଣଙ୍କୁ ଗିରଫ କରାଯାଇଛି। ଅଭିଯୁକ୍ତମାନେ ସମ୍ବଲପୁରର ଲଡୁଖାଇ ଅଞ୍ଚଳର ମନୋଜ କୁମାର ଏବଂ ଜିତୁ ସାହୁ (ଉଭୟ କ୍ରେତା) ଏବଂ ଗାଡିର ଡ୍ରାଇଭର ଓ ହେଲପର ରହିଛନ୍ତି।

ପୋଲିସର ସୂଚନାନୁସାରେ, ପ୍ରଥମେ ପାଟିଆବାହାଲରେ ପାଟ୍ରୋଲିଂ ବେଳେ କଫ ସିରପ ବୋତଲ ନେଇ ଯାଉଥିବା ଗାଡି ଦେଖିବାକୁ ମିଳିଥିଲା। ପରେ କାଶ ସିରପ ବୋତଲଗୁଡ଼ିକୁ ଅନଲୋଡିଂ ଏବଂ ପୁନଃ ପ୍ୟାକେଜିଂ କରୁଥିବା ବେଳେ ପେଟ୍ରୋଲ ପମ୍ପ ନିକଟରେ ଚାରିଜଣଙ୍କୁ ଧରାଯାଇଥିଲା।

ଜଣେ ବରିଷ୍ଠ ପୋଲିସ ଅଧିକାରୀଙ୍କ କହିବା ଅନୁଯାୟୀ, ଆମେ ଅଭିଯୁକ୍ତଙ୍କ ନିକଟରୁ ୨୦ଟି କାର୍ଟୁନରେ ପ୍ୟାକ୍ ହୋଇଥିବା ୨୪୦୦ କଫ ସିରପ ବୋତଲ ଜବତ କରିଥିଲୁ। ଯାହାର ଆନୁମାନିକ ମୂଲ୍ଯ ୭ ଲକ୍ଷ ଟଙ୍କା ହେବ। ସେମାନଙ୍କ ନିକଟରୁ ଟ୍ରକ, ବାଇକ ଏବଂ ପାଞ୍ଚଟି ମୋବାଇଲ ଫୋନ ମଧ୍ଯ ଜବତ କରାଯାଇଛି।

ad-week
Leave A Reply

Your email address will not be published.