ଚିକିଟି ମଦମୃତ୍ୟୁ ଘଟଣା – ଏମ୍‌କେସିଜି ମେଡିକାଲ ପରିଦର୍ଶନ କଲେ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ

add-all

ଚିକିଟି : ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଗୁରୁବାର ସନ୍ଧ୍ୟାରେ ବ୍ରହ୍ମପୁରସ୍ଥିତ ଏମ୍‌କେସିଜି ମେଡିକାଲ କଲେଜ ଗସ୍ତ କରି ଚିକିଟି ମଦ ଘଟଣାରେ ଅସୁସ୍ଥ ବ୍ୟକ୍ତିଙ୍କୁ ଭେଟି ସ୍ଵାସ୍ଥ୍ୟବସ୍ଥା ସଂପର୍କରେ ପଚାରି ବୁଝିଛନ୍ତି। ଏଥ୍ ସହିତ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ସମସ୍ତଙ୍କୁ ଉତ୍ତମ ସ୍ଵାସ୍ଥ୍ୟସେବା ଯୋଗାଇଦେବାକୁ ମେଡ଼ିକାଲ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ମନ୍ତ୍ରୀ ଶ୍ରୀ ହରିଚନ୍ଦନ ହିଞ୍ଜିଳିକାଟୁ ନିକଟସ୍ଥ ସମରଝୋଳଠାରେ ହୋଇଥିବ ମର୍ମନ୍ତୁଦ ବସ ଦୁର୍ଘଟଣାରେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଆହତମାନଙ୍କୁ ମଧ୍ୟ ହସ୍ପିଟାଲରେ ଭେଟିବା ସହ ସେମାନଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି।
ଅନ୍ୟପକ୍ଷରେ ବିଭିନ୍ନ ଦାବି ନେଇ ଆନ୍ଦୋଳନରତ ଷ୍ଟାଫ୍ ନର୍ସ ଏବଂ ଡାକ୍ତରୀ ଛାତ୍ରଛାତ୍ରୀଙ୍କୁ ଭେଟି ସମସ୍ତ ଦାବିର ବିଚାର କରାଯିବ ବୋଲି ସେ କହିଛନ୍ତି। ସମସ୍ତଙ୍କୁ ସୁରକ୍ଷା ଓ ନ୍ୟାୟ ପ୍ରଦାନ ରାଜ୍ୟ ସରକାରଙ୍କ ପ୍ରାଥମିକତା ବୋଲି ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଛନ୍ତି।

ad-week
Leave A Reply

Your email address will not be published.