ବାଲି ବ୍ୟବସାୟୀ କୁ ବଟି ମାଗିବା ଅଡ଼ିଓ ଭାଇରଲ ପରେ ବିଧାୟକ ହରଡ଼ଘଣା ରେ…!

add-all

ଔଷଧ ବିକଳ ରେ ତାଟିଆ କାମୁଡି ବିଜେପି ହେଉଛି ବଦନାମ…!!


ଭୁବନେଶ୍ୱର: ୨୪-୮ ଗଞ୍ଜାମ ଜିଲ୍ଲାର ଆସିକା ବିଧାନସଭା ନିର୍ବାଚନ ମଣ୍ଡଳୀ ସବୁ ବେଳେ ଚର୍ଚ୍ଚାରେ ରହିଆସିଛି। ରାଜ୍ୟରେ ନୂତନ ସରକାର ଦୁର୍ନୀତି କୁ ପ୍ରଶୟ ଦିଆଯିବ ନାହିଁ ବୋଲି କହି ଶାସନ ଗାଦି ରେ ବସିଛନ୍ତି। ହେଲେ ତାହାର ବ୍ୟତିକ୍ରମ ଅଧିକାଂଶ କରି ଗଞ୍ଜାମ ଜିଲ୍ଲାରେ ଦେଖିବାକୁ ମିଳୁଛି। ନବ ନିର୍ବାଚିତ ଆସିକା ବିଧାୟକ ଓ ତାଙ୍କ ପୁତ୍ର ମାନେ ଜଣେ ବାଲି ଗୁତାଦାର କୁ କୁଆଡ଼େ ମୋବାଇଲ ରେ ଫୋନ କରି ବଟି ମାଗୁଥିବା ଓ ଧମକ ଦେଉଥିବା ଗୋଟିଏ ଅଡିଓ ସୋସିଆଲ ମିଡ଼ିଆ ରେ ଭାଇରଲ ହେଉଛି, ଯାହାକୁ ନେଇ ସାଧାରଣ ରେ ଚର୍ଚ୍ଚା ଜୋର ଧରୁଛି l ଏହି ଅଡିଓ ଭାଇରଲ ହେବା ପରେ ଆସିକା ରେ ବିଭିନ୍ନ ଚା ଖଟିରେ ଲୋକେ କଥା ହେଉଛନ୍ତି, ବାପା ପୁଅ ମିଶି ବିଜେପି କୁ ବୁଡେଇବେ ବୋଲି। ଉକ୍ତ ଘଟଣା କୁ ନେଇ ଆସ୍କା ବିଧାୟକ ଙ୍କ କୌଣସି ପ୍ରତିକ୍ରିୟା ମିଳି ନାହିଁ l ଉକ୍ତ ଅଡିଓ ଯାଞ୍ଚ ହେବା ନିହାତି ଜରୁରୀ ମଧ୍ୟ କାରଣ ଯଦି ସେ ଅଡିଓ ବିଧାୟକ ଙ୍କ ନୁହେଁ ତେବେ ଉକ୍ତ ଅଡିଓ ଭାଇରଲ କରିଥିବା ବ୍ୟକ୍ତି ଙ୍କ ବିରୋଧ ରେ ମଧ୍ୟ କଡ଼ା କାର୍ଯ୍ୟାନୁଷ୍ଠାନ ହେବା ଜରୁରୀ ଏହାବି ତଦନ୍ତ ସଫେକ୍ଷ୍ୟ l ବିଜେପି ଦଳ ଦୁର୍ନୀତିକୁ ମୂଳ ପୋଛ କରିବେ ବୋଲି ନିର୍ବାଚନ ବୈତରଣୀ ପାର ହୋଇଥିଲେ।ହେଲେ ବର୍ତ୍ତମାନ ଗଞ୍ଜାମ ଜିଲ୍ଲାର କିଛି ବିଧାୟକ ବାଲି, ମଦ, ପଥର, ଓ ଜମି ମାଫିଆ ମାନଙ୍କୁ ମାସିଆରି ବଟି ମାଗିବା ଘଟଣା ବୃଦ୍ଧି ପାଇଛି। ପ୍ରଥମେ ଏହି ଘଟଣା ଆସିକା ବ୍ଲକର ଆମ୍ବପୁଆ ବେଆଇନ ବାଲି ଘାଟରୁ ଆରମ୍ଭ ହୋଇଥିବା ଚର୍ଚ୍ଚା ହୋଇଥିଲା। ଏବେ ପ୍ରଥମେ ପୁଅ ତାପରେ ବାପା ନିଜର ପରିଚୟ ବାରମ୍ବାର ଦେଇ ଧମକ ଚମକ ସହ ବଟି ମାଗିବା ଘଟଣା ହାଟରେ ପଡ଼ି ଦାଣ୍ଡରେ ଗଡ଼ିଲାଣି।ଏହି ଅଡିଓ ବା ଭାଇରଲ ଭୋଏସ କୁ ଟିକି ନିକି ଶୁଣିଲେ ଆସିକା ବିଧାୟକ ଓ ତାଙ୍କ ପୁତ୍ର ର ସ୍ୱର ତାଳ ମେଳ ଖାଉଥିବା ସେ ଅଞ୍ଚଳ ର ଲୋକେ କହୁଛନ୍ତି। ଗଞ୍ଜାମ ଜିଲ୍ଲାର ଅଧିକାଂଶ ନିର୍ବାଚନ ମଣ୍ଡଳୀ ରେ ଠିକାଦାର, ବାଲି, ମଦ, ଜମି ଓ ଅନ୍ୟ ଚୋରା ବ୍ୟବସାୟ ସହ ସମ୍ପୃକ୍ତି ଥିବା ମାଫିଆ ମାନଙ୍କୁ ବଟି ମାଗିବା ଆରମ୍ଭ ହୋଇ ଯାଇଥିବା ଚର୍ଚ୍ଚା ହେଉଛି। ବିଜେଡ଼ି ର ୨୫ ବର୍ଷ ଶାସନ ରେ ଯେତିକି ଦୁର୍ନୀତି ହୋଇ ନାହିଁ। ସ୍ୱଳ୍ପ ସମୟ ମଧ୍ୟରେ ମୋହନ ସରକାର ର କିଛି ବିଧାୟକ ଙ୍କ ଯୋଗୁଁ ଦଳ ବଦନାମ ହେଲାଣି ବୋଲି ଚର୍ଚ୍ଚା ଆରମ୍ଭ ହେଲାଣି। ଦେଖା ଯାଉ ଏଭଳି ଦୁର୍ନୀତି ଖୋର ବିଧାୟକ ଙ୍କ ପ୍ରତି ଦଳ କି ପଦକ୍ଷେପ ନେଉଛି ବୋଲି ସାଧାରଣ ରେ ଆଲୋଚନା ହେଉଛି। ଅନେକ ଦିନର ସଂଗ୍ରାମ ପରେ ଦଳ ଶାସନକୁ ଆସିଛି ଲୋକ ବିଶ୍ୱାସ କରି ବିଜେପି କୁ ଭୋଟ ଦେଇଥିଲେ କିନ୍ତୁ ଏହି ସବୁ କାରନାମା ଜାଣିବା ପରେ ଦଳର ଭାବମୂର୍ତ୍ତି ଖୁର୍ଣ୍ଣ ହେବାକୁ ବେଶି ଦିନ ଲାଗିବ ନାହିଁ ବୋଲି ବୁଦ୍ଧିଜୀବୀ ଓ ସାଧାରଣ ରେ ଚର୍ଚ୍ଚା ହେଲାଣି l

ad-week
Leave A Reply

Your email address will not be published.