ଘରୋଇ ଓ ଅନ୍ତର୍ଜାତୀୟ କ୍ରିକେଟର୍‌ରୁ ଅବସର ଘୋଷଣା କଲେ ଧୱନ

add-all

ନୂଆଦିଲ୍ଲୀ: ଘରୋଇ ଓ ଅନ୍ତର୍ଜାତୀୟ କ୍ରିକେଟର୍‌ରୁ ଶନିବାର ଅବସର ଘୋଷଣା କରିଛନ୍ତି କ୍ରିକେଟର୍‌ ଶିଖର ଧାୱନ୍‌। ସେ ପ୍ରଶଂସକମାନଙ୍କ ପାଇଁ ଏକ ଭାବପ୍ରବଣ ସୋସିଆଲ୍‌ ମିଡିଆ ପୋଷ୍ଟ୍‌ କରି ତାଙ୍କ ଅବସର ସଂପର୍କରେ ସୂଚନା ଦେଇଛନ୍ତି। ସେ ସମସ୍ତ ପ୍ରକାରର କ୍ରିକେଟ୍‌ରୁ ଅବସର ଘୋଷଣା କରିଛନ୍ତି।

ଧୱନ ୨୦୨୨ ମସିହାରେ ଶେଷ ଥର ପାଇଁ ବାଂଲାଦେଶ ବିପକ୍ଷରେ ଏକ ଦିବସୀୟ ମ୍ୟାଚ୍‌ ଖେଳିଥିଲେ। ସେ ତାଙ୍କ କ୍ୟାରିୟର୍‌ ଭିତରେ ପାଇଥିବା ସମର୍ଥନ ହେତୁ ସମସ୍ତଙ୍କୁ ନିଜର କୃତଜ୍ଞତା ଜ୍ଞାପନ କରିଛନ୍ତି। ଧୱନ ମାଇକ୍ରୋବ୍ଲଗିଂ ସାଇଟ୍‌ ଏକ୍ସରେ ଏକ ଭିଡିଓ ପୋଷ୍ଟ୍‌ କରି ତାଙ୍କୁ ଦେଖିଥିବା ଭଲପାଇବା ହେତୁ ସମସ୍ତ ପ୍ରଶଂସକଙ୍କୁ ଧନ୍ୟବାଦ ଦେଇଛନ୍ତି।

ସେ କହିଛନ୍ତି କି ‘‘ଯେବେ ବି ମୁଁ ପଛକୁ ଦେଖୁଛି ଖାଲି ସ୍ମୃତି ପାଉଛି। ଭାରତ ପାଇଁ ଖେଳିବା ମୋର ସ୍ବପ୍ନ ଥିଲା। ସେ ସପ୍ନକୁ ମୁଁ ଜୀଇଁଛି ବି। ମୁଁ ଅନେକ ଲୋକଙ୍କ ନିକଟରେ କୃତଜ୍ଞ। ବି‌‌‌ଶେଷ କରି ମୋ ପରିବାର, ମୋ ପିଲାଦିନର କୋଚ୍‌ ଓ ପରେ ମୋ ଟିମ୍‌ ନିକଟରେ ମୁଁ କୃତଜ୍ଞ।’’

ad-week
Leave A Reply

Your email address will not be published.