ରାଜ୍ୟରେ ଡାନ୍ସବାର ବନ୍ଦ ନିଷ୍ପତ୍ତିର ହେଉ ପୁନଃବିଚାର, ଦାବି କଲେ ଭୁବନେଶ୍ବର ଡାନ୍ସବାର ସଂଘ

add-all

ଭୁବନେଶ୍ୱର : ରାଜ୍ୟରେ ଡାନ୍ସ ବାର ବନ୍ଦ ନିଷ୍ପତ୍ତିର ହେଉ ପୁନଃବିଚାର । ପ୍ରେସମିଟରେ ଦାବି କରିଛି ଭୁବନେଶ୍ବର ଡାନ୍ସ ବାର ସଂଘ । ସରକାର କଥା ଠିକ୍ ଭାବେ ବୁଝୁ ନଥିବା ଅଭିଯୋଗ କରିଛନ୍ତି । ବାର ମାଲିକମାନେ ସବୁ ସର୍ତ୍ତାବଳୀ ପାଳନ କରୁଛନ୍ତି ।  କିନ୍ତୁ ସରକାରଙ୍କ ନିଷ୍ପତ୍ତି ସେମାନଙ୍କ ଜୀବିକା ଉପରେ କୁଠରାଘାତ ବୋଲି କହିଛନ୍ତି ବାର ମାଲିକ ।

ଗତକାଲି ଡ୍ୟାନ୍ସ ବାର ବନ୍ଦ ନେଇ ନିଷ୍ପତ୍ତି ହୋଇଥିବା ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଥିଲେ । ଡ୍ୟାନ୍ସ ବାର ଓଡ଼ିଆ ଅସ୍ମିତାର ପରିଚୟ ନୁହେଁ । ତେଣୁ ଏହାକୁ ସଂପୂର୍ଣ୍ଣ ବନ୍ଦ କରାଯିବ ବୋଲି କହିଥିଲେ । ପୂର୍ବରୁ ୨୦୧୯ରେ ମଧ୍ୟ ଭୁବନେଶ୍ବରର ଅନେକ ଡ୍ୟାନ୍ସ ବାରକୁ ବନ୍ଦ କରାଯାଇଥିଲା। ପରେ ବାରମାଲିକ ସଂଘ ଓଡ଼ିଶା ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ହାଇକୋର୍ଟ ବାର ସଂପୂର୍ଣ୍ଣ ବନ୍ଦ ନିର୍ଦ୍ଦେଶକୁ ଅଗ୍ରାହ୍ୟ କରିବା ସହ ଡ୍ୟାନ୍ସ ବାର ଖୋଲିବା ପାଇଁ ସର୍ତ୍ତ ରଖିଥିଲେ।

ad-week
Leave A Reply

Your email address will not be published.