ଗ୍ୟାଙ୍ଗଷ୍ଟର ସୁଶାନ୍ତ ଧଳ ସାମନ୍ତ ସେଲରୁ ସ୍ମାର୍ଟଫୋନ୍ ଓ ନିଶାଦ୍ରବ୍ୟ ଜବତ

add-all

ବଲାଙ୍ଗୀର : ବଲାଙ୍ଗିର ଜେଲରେ ଗ୍ୟାଙ୍ଗଷ୍ଟର ସୁଶାନ୍ତ ଧଳ ସାମନ୍ତ ସେଲରୁ ବାହାରିଲା ସ୍ମାର୍ଟଫୋନ୍। ଗତ ଶୁକ୍ରବାର ଦିନ ବଲାଙ୍ଗିର ଜେଲରେ ପୁଲିସ ରେଡ୍ କରିଥିବା ବେଳେ ଏହି ମୋବାଇଲ୍ ମିଳିଛି। ଏଥିସହ ସୁଶାନ୍ତ ଧଳ ସାମନ୍ତ ସେଲରୁ ମାଦକ ଦ୍ରବ୍ୟ ସହ ଟ୍ରିମର ଓ ଲାଇଟର ଜବତ କରାଯାଇଛି।
ଗତ ୨୩ ତାରିଖରେ ଜେଲରେ ଗ୍ୟାଙ୍ଗୱାର ଚାଲିଥିବା ନେଇ ଖବର ପ୍ରକାଶ ପାଇବା ପରେ ଏସପି ଋଷିକେଶ ଖିଲାରୀଙ୍କ ନେତୃତ୍ୱରେ ଚଢ଼ାଉ କରାଯାଇଥିଲା। ଏହି ସମୟରେ ଚିକିତ୍ସା ପାଇଁ ସୁଶାନ୍ତ ଧଳସାମନ୍ତ କଟକ ଯାଇଥିଲା। ଚଢ଼ାଉ ବେଳେ ସୁଶାନ୍ତ ଧଳ ସାମନ୍ତ ସେଲରୁ ଲକ୍‌ ଥିବା ସ୍ମାର୍ଟଫୋନ୍ ସହ ମାଦକ ଦ୍ରବ୍ୟ ସହ ଟ୍ରିମର ଓ ଲାଇଟର ଜବତ କରାଯାଇଥିଲା। ଏଥିସହ ଜେଲର ଅନ୍ୟ ସେଲରୁ ପୁଲିସ ବିଡ଼ି, ସିଗାରେଟ୍, ଦିଆସିଲ୍ ଓ ଅନ୍ୟ ନିଶାଦ୍ରବ୍ୟ ଜବତ କରିଥିଲା।
ତେବେ ପ୍ରଶ୍ନ ଉଠୁଛି ମୋବାଇଲ ଫୋନ ଜରିଆରେ ଜେଲ ଭିତରୁ କ୍ରାଇମ ନେଟୱାର୍କ ଚଳାଉଥିଲା କି ସୁଶାନ୍ତ ଧଳସାମନ୍ତ ? ସୁଶାନ୍ତ ପାଖକୁ ମୋବାଇଲ ଆସିଲା କେମିତି ? କିଏ ତାକୁ ଦେଇଥିଲା ମୋବାଇଲ୍ ଫୋନ୍ ? ଜେଲ୍ କର୍ତ୍ତୃପକ୍ଷ ଏନେଇ କେମିତି ଜାଣି ପାରିଲେ ନାହିଁ ? ଏମିତି ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି ଯେ,ସୁଶାନ୍ତ ଧଳ ସାମନ୍ତ ଚିକିତ୍ସା ପାଇଁ କଟକରେ ଅଛି। ସେ ଆସିଲା ପରେ ମୋବାଇଲ ଲକ୍ ଖୋଲାଯିବ ଓ ପରେ ଅଧିକ ତଦନ୍ତ କରାଯିବ।

ad-week
Leave A Reply

Your email address will not be published.