ମଧୁବାବୁ ଓ ଗୋପବନ୍ଧୁଙ୍କୁ ମିଳୁ ଯଥୋଚିତ ସମ୍ମାନ

add-all

ଭୁବନେଶ୍ବର : ଜାତୀୟବାଦ ଆନ୍ଦୋଳନ, ଓଡ଼ିଆ ଭାଷାର ସୁରକ୍ଷା ଓ ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ମହା ଯୋଦ୍ଧା ଥିଲେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ। ଓଡ଼ିଶାକୁ ଭାଷାଭିତ୍ତିକ ସ୍ବତନ୍ତ୍ର ରାଜ୍ୟ ବା ପ୍ରଦେଶ ଗଠନର ପ୍ରମୁଖ ବିନ୍ଧାଣିଥିଲେ ଉତ୍କଳ ଗୌରବ ମଧୁସୂଦନ ଦାସ। ଏହି ଦୁହିଁ ମହାପୁରୁଷଙ୍କୁ ଭାରତବର୍ଷରେ ଯଥୋଚିତ ସମ୍ମାନ ମିଳିପାରିନାହିଁ। ମରୋଣତ୍ତର ଭାରତରତ୍ନ ପ୍ରଦାନ ସହିତ ଗୋପବନ୍ଧୁ ଓ ମଧୁବାବୁଙ୍କ ପ୍ରତିମୂର୍ତ୍ତି ସଂସଦ ଭବନ ପରିସରରେ ସ୍ଥାପନା ଓ ଗୋପବନ୍ଧୁ ଓ ମଧୁସୂଦନ ନାମରେ ରେଳ ଗାଡ଼ି ଚଲାଇବା ପାଇଁ ଦାବି ହୋଇଛି। ଏ ନେଇ ଅଲ ଓଡ଼ିଶା ଲୟର୍ସ ଫୋରମର ଏକ ପ୍ରତିନିଧି ମଣ୍ଡଳୀ ବିଦେଶରେ ଦସ୍ତଖତ ଅଭିଯାନ କରିଛି। ଥାଇଲାଣ୍ଡର ବ୍ୟାଙ୍କକ୍‌ ସହରରେ ରହୁଥିବା ଓଡ଼ିଆଙ୍କ ଦସ୍ତଖତ ସଂଗ୍ରହ କରାଯାଇଛି। ଗୋପବନ୍ଧୁ ଓ ମଧୁବାବୁଙ୍କୁ ଜାତିର ପିତା ମହାତ୍ମା ଗାନ୍ଧୀ, ଦେଶର ପ୍ରଥମ ରାଷ୍ଟ୍ରପତି ରାଜେନ୍ଦ୍ର ପ୍ରସାଦ, ଜନସଂଘ ତଥା ଏବେର ଭାରତୀୟ ଜନତା ଦଳର ପ୍ରତିଷ୍ଠାତା ଶ୍ୟାମା ପ୍ରସାଦ ମୁଖାର୍ଜୀ ଓ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁ କିପରି ଜାଣିଥିଲେ ଓ ସମ୍ମାନ ଦେଉଥିଲେ ସେ ସମ୍ପର୍କରେ ଆଲୋଚନା କରାଯାଇଥିଲା। ସେହିପରି ଓଡ଼ିଆ ଭାଷାର ବ୍ୟବହାର ବ୍ୟାପକ କରିବାକୁ ଆଲୋଚନା ହୋଇଥିଲା। ଫୋରମର ଆବାହକ ଡ.ଲିଙ୍ଗରାଜ ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସମାଜସେବୀ ଡ.ଚିନ୍ମୟ ନନ୍ଦ ବଡ଼ଜେନା, ଅରୁଣ ପଟ୍ଟନାୟକ, ପ୍ରକାଶ ରଣା, ମାନସ ମଲିକ, ନବ ସାହୁ ପ୍ରମୁଖ ସାମିଲ ହୋଇଥିଲେ। ପ୍ରକାଶ ଥାଉକି, ମଧୁବାବୁଙ୍କୁ ଦେଶରେ ଯଥୋଚିତ ସମ୍ମାନ ପ୍ରଦାନ ଦାବିରେ ଏହା ପୂର୍ବରୁ ୨୦ଟି ବିଭିନ୍ନ ରାଜ୍ୟରୁ ଦସ୍ତଖତ ସଂଗ୍ରହ କରାଯିବା ସହ ଆଲୋଚନାଚକ୍ର କରାଯାଇ ମତ ନିଆଯାଇଛି।

ad-week
Leave A Reply

Your email address will not be published.