ଜନ୍ମାଷ୍ଟମୀ ଅବସରରେ ଉତ୍ସବ ମୁଖରିତ ଡ଼ି.ଏ.ଭି. ଗୁରୁକୁଳ, ଚିତ୍ରକୋଣ୍ଡା…

add-all

ଚିତ୍ରକୋଣ୍ଡା :୨୬/୦୮ ଡ଼ି.ଏ.ଭି. ଗୁରୁକୁଳ, ଚିତ୍ରକୋଣ୍ଡା ଆନୁକୁଲ୍ୟ ରେ ଶ୍ରୀ କୃଷ୍ଣ ଜନ୍ମାଷ୍ଟମୀ ମହା ଆଡ଼ମ୍ବରେ ପାଳନ କରାଯାଇ ଅଛି। ମୁଖ୍ୟ ଅତିଥି ଶ୍ରୀ କୃଷ୍ଣ ପ୍ରସାଦ କର, ସମ୍ମାନିତ ଅତିଥି ଶ୍ରୀ ଅଲେଖ ପ୍ରସାଦ ସ୍ୱାଇଁ (ଶିକ୍ଷକ) ଯୋଗଦାନ କରିଥିଲେ। ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇ ଥିଲା। ଅତିଥି ମାନଙ୍କ ଦ୍ଵାରା ଅଭିଭାଷଣ କ୍ରମେ କୃଷ୍ଣ ଜନ୍ମ, ଲକ୍ଷ୍ୟ ଉଦ୍ଵେଶ ଆଦି କୁନି ଛାତ୍ର ଛାତ୍ରୀ ମାନଙ୍କୁ ମାର୍ଗ ଦର୍ଶନ କରାଇଥିଲେ।ଏଥିରେ ୧୦୦ ରୁ ଊର୍ଦ୍ଧ୍ଵ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ। ପରିଚାଳନା ଶ୍ରୀ ରାକେଶ ମହାରଣା, ସମ୍ପାଦକ କରିଥିଲେ। ଶ୍ରୀ କୃଷ୍ଣ ଜନ୍ମାଷ୍ଟମୀ ନିମନ୍ତେ ପ୍ରତିଯୋଗିତା ମାନ ଆୟୋଜନ କରାଯାଇ ଥିଲା ଏହାକୁ ଶ୍ରୀମତୀ ରାଜ ଲକ୍ଷ୍ମୀ ଦାସ, Principal ପରିଚାଳନା କରି କୃତିତ୍ୱ ଛାତ୍ର ଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ଵାରା ପୁରସ୍କୃତ କରାଯାଇ ଥିଲା। ଠାକୁରଙ୍କ ଭଜନ ଓ ନୃତ୍ୟ ଆଦି ପରିଦର୍ଶନ କରିଥିଲେ, କାର୍ଯ୍ୟକ୍ରମ କୁ ସହଯୋଗ କରିଥିଲେ ସ୍କୁଲ ପରିଚାଳନା କମିଟି, ଅଭିଭାବକ ବୃନ୍ଦ, ଶିକ୍ଷୟତ୍ରୀ ସୁଶ୍ରୀ ସରସ୍ଵତୀ ଖରା, ପୁନମ୍ ବାଘ୍, ସୁମିତ୍ରା ନାୟକ, ସରସ୍ଵତୀ ପ୍ରଧାନ, ସସ୍ମିତା ପଟ୍ଟନାୟକ, ଇନ୍ଦୁରେଖା ଖେମୁଡୁ, ରୋଜି ସାଗରିଆ।

ad-week
Leave A Reply

Your email address will not be published.