ପଦ୍ମ ଧରିବେ ଚମ୍ପାଇ ସୋରେନ୍‌

add-all

ପଦ୍ମ ଧରିବେ ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଜେଏମ୍‌ଏମ୍‌ ନେତା ଚମ୍ପାଇ ସୋରେନ୍‌। ଆସନ୍ତା ୩୦ ତାରିଖରେ ସେ ବିଜେପିରେ ମିଶିବେ ବୋଲି ସୂଚନା ଦେଇଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବଶ୍ୱଶର୍ମା। ସୋସିଆଲ ମିଡିଆରେ ଏନେଇ ସେ ପୋଷ୍ଟ କରିଛନ୍ତି।

ଝାଡ଼ଖଣ୍ଡର ଆଦିବାସୀ ନେତା ତଥା ପୂର୍ବ ମୁଖ୍ୟମନ୍ତ୍ରୀ ହେଉଛନ୍ତି ଚମ୍ପାଇ ସୋରେନ। ଚମ୍ପାଇ ଗତକାଲି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ସାକ୍ଷାତ କରିଥିଲେ। ଏହାପରେ ଆସନ୍ତା ୩୦ ତାରିଖରେ ରାଞ୍ଚିରେ ସେ ବିଜେପିରେ ଯୋଗଦେବେ ବୋଲି ସୂଚନା ମିଳିଛି।

ହିମନ୍ତ ବିଶ୍ୱ ଶର୍ମା ଯେଉଁ ପୋଷ୍ଟ ସେୟାର କରିଛନ୍ତି ସେଥିରେ ଗୃହମନ୍ତ୍ରୀ ଅମିତ ଶାହ ଏବଂ ଚମ୍ପାଇ ସୋରେନ୍‌ଙ୍କ ମଧ୍ୟରେ ହୋଇଥିବା ଏକ ବୈଠକର ଫଟୋ ମଧ୍ୟ ରହିଛି। ଚମ୍ପାଇ ସୋରେନ୍‌ଙ୍କ ସମେତ ଜେଏମ୍‌ଏମ୍‌ରେ ଅନେକ ବଡ଼ ନେତା ମଧ୍ୟ ବିଜେପିରେ ସାମିଲ ହେବେ ବୋଲି ଚର୍ଚ୍ଚା ହେଉଛି।

ସେପଟେ, ଜେଏମ୍‌ଏମ୍‌ ପୂରା ସଫା ହୋଇଯିବ। ଆନ୍ଦୋଳନରୁ ଗଠିତ ଜେଏମ୍ଏମ୍ ବର୍ତ୍ତମାନ କେବଳ ଦଲାଲଙ୍କ କବଳରେ ଅଛି ବୋଲି ବିଜେପି ନେତା ନିଶିକାନ୍ତ ଦୁବେ ସୋଶାଲ ମିଡିଆ ପୋଷ୍ଟରେ କହିଛନ୍ତି।

ଦୁର୍ନୀତି ଅଭିଯୋଗରେ ହେମନ୍ତ ସୋରେନ ଜେଲ ଯିବା ପରେ ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ହୋଇଥିଲେ ଚମ୍ପାଇ ସୋରେନ। ତେବେ ଜେଲରୁ ଜାମିନରେ ଆସିବା ପରେ ଚମ୍ପାଇଙ୍କୁ ହଟାଇ ପୁଣି ମୁଖ୍ୟମନ୍ତ୍ରୀ ହୋଇଥିଲେ ହେମନ୍ତ ସୋରେନ। ଏହାପରେ ଜେଏମ୍‌ଏମ୍‌ରେ ବିବାଦ ଦେଖାଦେଇଥିଲା।

ad-week
Leave A Reply

Your email address will not be published.